ଓଜନ ବଢ଼ାଇବେ କୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଓଜନ ବଢ଼ାଇବେ କୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କୃତି ସେନନ୍ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ଏବେ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି ପ୍ରୋଜେକ୍ଟ ପାଇଁ ସେ ଏକ ବଡ଼ ଚ୍ୟାଲେଞ୍ଜ ନେଇଛନ୍ତି।

ସୂଚନା ଅନୁଯାୟୀ,  କୃତି ଆଗକୁ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମ ‘ମିମି’ରେ ଅଭିନୟ କରିବେ। ଏହି ଫିଲ୍ମର କ୍ୟାରେଟର୍‌ରେ ଫିଟ୍‌ ହେବା ପାଇଁ ତାଙ୍କୁ ୧୫ କିଲୋ ଓଜନ ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନ କୃତିଙ୍କ ଓଜନ ୫୬ କିଲୋଗ୍ରାମ ରହିଛି। ହେଲେ ଏହି ରୋଲ୍‌ ପାଇଁ ତାଙ୍କୁ ଆହୁରି ୧୫ କିଲୋ ଓଜନ ବଢ଼ାଇବାକୁ ହେବ। ଅବଶ୍ୟ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ଦେଲେଣି।

View this post on Instagram

👄👄

A post shared by Kriti (@kritisanon) on

କୃତି କହିଛନ୍ତି, ‘ଏବେ ମୁଁ କେବଳ ମୋ ଚରିତ୍ର ‘ମିମି’ ଉପରେ ଧ୍ୟାନ ଦେଉଛି। ଏତେ ଓଜନ ବଢ଼ାଇବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଓ ମୋ ଶରୀର ପାଇଁ ମଧ୍ୟ ଏହା ପୂରା ନୂଆ ହେବ। ଏଥିପାଇଁ ମୋତେ ଶରୀରର ମେଟାବୋଲିଜିମ୍‌ ସହ ଲଢ଼ିବାକୁ ପଡ଼ିବ ଓ କ୍ୟାଲୋରୀକୁ ଶୀଘ୍ର ବଢ଼ାଇବାକୁ ହେବ। ତଥାପି ମୁଁ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛି। କାରଣ ଏହି ରୋଲ୍‌ ମୋ ହୃଦୟର ଅତି ନିକଟତର। ଆଉ ମୁଁ ଏଥିପାଇଁ ସବୁକିଛି କରିପାରିବି।”

ଦିନେଶ ଭିଜନ୍‌ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ ଏଥିରେ କୃତିଙ୍କ ସହ ପଙ୍କଜ ତ୍ରିପାଠୀ ଓ  ସାଇ ତାମହଣକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟିର କାହାଣୀ ସରୋଗେସି ଉପରେ ଆଧାରିତ।



from Odisha Reporter https://ift.tt/2QN0w63

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages