ସଫଳ ମୁକ୍ତା ଚାଷୀ ବିଷ୍ଣୁପ୍ରିୟା ହେଲେ ରୋଲ୍‌ ମଡେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ସଫଳ ମୁକ୍ତା ଚାଷୀ ବିଷ୍ଣୁପ୍ରିୟା ହେଲେ ରୋଲ୍‌ ମଡେଲ

ବାରିପଦା (ମାଣିକ ଲାଲ ପାଣି): କଠିନ ପରିଶ୍ରମ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପୋଖରୀରୁ ବିଭିନ୍ନ ଡିଜାଇନର ମୁକ୍ତା ଉତ୍ପାଦନ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢ ଗାଁର ବିଷ୍ଣୁପ୍ରିୟା ବିଶ୍ୱାଳ ଓ ତାଙ୍କ ପରିବାର। ପୋଖରୀରେ ମୁକ୍ତା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଷ୍ଣୁପ୍ରିୟା।

ବିଷ୍ଣୁପ୍ରିୟା ଓ ତାଙ୍କ ପରିବାର ଗାଁଗଣ୍ଡାର ବିଭିନ୍ନ ପୋଖରୀରୁ ଦେଶୀ ଶାମୁକା ସଂଗ୍ରହ କରିଥାନ୍ତି। ଏହି ଶାମୁକାକୁ ଆଣି ନିଜ ପୋଖରୀରେ ଛାଡ଼ିଥାନ୍ତି। ଏହାପରେ ସେମାନେ ପୋଖରୀରେ ଚୁନ ଓ ଔଷଧ ପକାଇଥାନ୍ତି। ଏହାସହ ଶାମୁକାର ଗତିବିଧି ଉପରେ ନଜର ରଖିଥାନ୍ତି। ଶାମୁକାମାନେ ଟିକିଏ ବଡ଼ ହୋଇଗଲା ପରେ ପୋଖରୀରୁ ତାଙ୍କୁ ଆଣି ବିଷ୍ଣୁପ୍ରିୟା ଅସ୍ତ୍ରୋପଚାର କରିବା ସହ ତା ପେଟରେ ବିଭିନ୍ନ ଡିଜାଇନର ମୁକ୍ତା ପାଇଁ ବିଭିନ୍ନ ଛାଞ୍ଚ ଭର୍ତ୍ତି କରିଥାନ୍ତି। ପରେ ସେହି ଶାମୁକାକୁ ଆଣ୍ଟିବାଓଟିକ୍ ପାଣିରେ ଦୁଇ ଦିନ ପକାଇ ଘରେ ରଖିଥାନ୍ତି। ଏହାପରେ ଶାମୁକାକୁ ମେଡିସିନ୍ ଦେଇ ଜାଲ ମାଧ୍ୟମରେ ପାଣିରେ ଛାଡ଼ି ଦେଇଥାନ୍ତି। ୧୨ରୁ ୧୩ ମାସ ପରେ ସେହି ଶାମୁକାମାନଙ୍କ ପେଟରୁ ଭିନ୍ନ ଭିନ୍ନ ଡିଜାଇନର ମୋତି ବାହାର କରିଥାନ୍ତି। ବିଷ୍ଣୁପ୍ରିୟା ଏହି ଶାମୁକାମାନଙ୍କ ପେଟରୁ ହନୁମାନ, ଦେବୀ ଦୁର୍ଗା, ମାଆ ଲକ୍ଷ୍ମୀ, ଓମ୍, ସାଇବାବା ଆଦି ୨୩ ପ୍ରକାର ଡିଜାଇନର କୃତ୍ରିମ ଉପାୟରେ ପ୍ରାକୃତିକ ମୁକ୍ତା ବାହାର କରିଥାନ୍ତି।


ଦିନେ ପରିବାର ପୋଷଣ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ବିଷ୍ଣୁପ୍ରିୟା ମୁକ୍ତା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏହା ସହ ଅନ୍ୟ ଚାଷୀଙ୍କୁ ମଧ୍ୟ ମୁକ୍ତାଚାଷ ପାଇଁ ପ୍ରେରଣା ଯୋଗାଇ ପାରିଛନ୍ତି।

ମୁକ୍ତା ଚାଷୀ ବିଷ୍ଣୁପ୍ରିୟା ବିଶ୍ୱାଳ କହିଛନ୍ତି, “ସମୁଦ୍ରରେ ମୁକ୍ତା ଚାଷ ହୁଏ ବୋଲି ମୁଁ ଜାଣିଥିଲି। ହେଲେ ମଧୁର ଜଳରେ କିପରି ମୁକ୍ତା ଚାଷ କରିହେବ ମୁଁ ଚିନ୍ତା କରିଥିଲି। ସେଥିପାଇଁ କିଛି ଶାମୁକା ଆଣି ନିଜ ପୋଖରୀରେ ଛାଡ଼ିଥଲି। ସେଥିରୁ ମୁକ୍ତା ବାହାର କରିଥିଲୁ। ଏହି ଚାଷ ବିଷୟରେ ଅଧିକ ଜାଣିବା ପାଇଁ ବାରିପଦା ଡିଏଫଓଙ୍କ ପାଖକୁ ଯାଇଥଲି। ସେ ରେମୁଣାର ନିନା ସିଂହ ଟ୍ରେନରଙ୍କ ନମ୍ବର ଦେଇଥିଲେ। ମୁଁ ତାଙ୍କ ପାଖରେ ମୁକ୍ତା ଚାଷ ବିଷୟରେ ଟ୍ରେନିଂ ନେଇଥିଲି।”

ସେ ଆହୁରି କହିଛନ୍ତି, “ଘର କାମ କରି ଯେତିକି ସମୟ ମିଳେ ମୁଁ ମୁକ୍ତା ଚାଷ କରେ। ଏହାସହ କୁକୁଡ଼ା ଓ ମାଛ ଚାଷ ମଧ୍ୟ କରେ। ମୋ ପରିବାର ଲୋକ ମୋତେ ଏଥିରେ

ସାହାଯ୍ୟ କରିଥାନ୍ତି। ଗୋଟିଏ ଶାମୁକାରୁ ଦୁଇଟି ମୁକ୍ତା ବାହାରି ଥାଏ। ଏବେ କିଛି ଶାମୁକାରୁ ମୁକ୍ତା ବାହାର କରାଯାଇଛି।”

ବିଷ୍ଣୁପ୍ରିୟାଙ୍କ ସ୍ୱାମୀ କହିଛନ୍ତି, “ପ୍ରାୟ ଦୁଇ ବର୍ଷ ହେଲା ମୁକ୍ତା ଚାଷ ଆରମ୍ଭ କରିଛୁ। ଆଗରୁ ମାଛ ଚାଷ କରୁଥିଲୁ, ଏବେ ମୁକ୍ତା ଚାଷ କରୁଛୁ।”



from Odisha Reporter https://ift.tt/2QWW44F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages