ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର): ଦୁଇ ପଇସା ରୋଜଗାର କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ପାରିଲେନି। ଘରକୁ ଫେରିଲା ତାଙ୍କ ଶବ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଚାରମାଲ ଥାନା ଅନ୍ତର୍ଗତ ବାରବାଙ୍କ ଗାଁରେ।
ଗାଁର ଭିଭି ପ୍ରଧାନଙ୍କ ବଡ଼ ପୁଅ ଜିତେନ ବର୍ଷେ ତଳେ ଗାଁର ଆଉ କିଛି ଯୁବକଙ୍କ ସହ ଗୁଜରାଟର ଅମରଗାଁଓରେ ଥିବା ଏକ ସୂତାକଳକୁ କାମ କରିବାକୁ ଯାଇଥିଲେ। ହେଲେ ଗତ ଶୁକ୍ରବାର ପରବାର ଲୋକେ ଖବର ପାଇଲେ ଯେ ସେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କଥାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନଥିବା ବେଳେ ସେ ରହୁଥିବା ରୁମ୍ରେ ଆତ୍ମହତ୍ୟା କରିଥିଲେ ବୋଲି ଉକ୍ତ ସୂତାକଳରେ କାମ କରୁଥିବା ତାଙ୍କ ସାଥୀମାନେ କହିଛନ୍ତି।
ଗତକାଲି ଗୁଜରାଟରୁ ମୃତଦେହ ଆମ୍ବୁଲାନ୍ସରେ ଆସି ଗାଁରେ ପହଞ୍ଚିଥିଲା। ହେଲେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଛାଡ଼ି ନଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। କମ୍ପାନୀ କର୍ତ୍ତୃପକ୍ଷ ୩୦ ହଜାର ଟଙ୍କା ସହାୟତା ଦେବା ପରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।
ଜିତେନଙ୍କ ପରିବାର ଲୋକ କହିଛନ୍ତି, “ନୂଆବର୍ଷ ଦିନ ଜିତେନ ଭିଡିଓ କଲ୍ କରି ପରିବାର ଲୋକଙ୍କ ସହ କଥା ହୋଇଥିଲା। ସେ ଭଲ ଅଛି, ଦୋଳକୁ ଆସିବ ବୋଲି କହିଥିଲା। ନୂଆବର୍ଷ ପୂର୍ବରୁ ସେ ଘରକୁ ୪୦୦୦ ଟଙ୍କା ପଠାଇଥିଲେ। ସେ ଆତ୍ମହତ୍ୟା କରି ନାହାନ୍ତି।”
from Odisha Reporter https://ift.tt/37EV9vi
No comments:
Post a Comment