ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘରର ସରଗୁଲି ଗାଁ ରାସ୍ତାକଡ଼ରେ ଦୁଇଟି ଟିଫିନ୍ ବୋମା ପଡ଼ିଥିବା ଦେଖିବାକୁ ମିଳିଛି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗାଁର ଜଣେ ଯୁବକ ରାସ୍ତାକଡ଼ରେ ଟିଫିନ୍ ବୋମା ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନଟିକୁ କର୍ଡନ କରି ରଖିଥିଲା। ଆଜି ସକାଳେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛନ୍ତି।
ଏଠାକୁ କିପରି ଓ କିଏ ଟିଫିନ୍ ବୋମା ଆଣିଲା, ତାହା ଜଣାପଡ଼ିନି। ଟିଫିନ୍ ବୋମା ପଡ଼ିଥିବା କଥା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
from Odisha Reporter https://ift.tt/2ZTJgyS
No comments:
Post a Comment