ଜେଏନୟୁ ହିଂସା ପଛରେ କୁଳପତିଙ୍କ ହାତ ଥିବା ଅଭିଯୋଗ, ଇସ୍ତଫା ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଜେଏନୟୁ ହିଂସା ପଛରେ କୁଳପତିଙ୍କ ହାତ ଥିବା ଅଭିଯୋଗ, ଇସ୍ତଫା ଦାବି

ନୂଆଦିଲ୍ଲୀ: ଜେଏନ୍‌ୟୁ କ୍ୟାମ୍ପସରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଗୁଣ୍ଡାଗିରି ଘଟଣା ପଛରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ଏଥିସହ କୁଳପତି ଏବିଭିପି ଗୁଣ୍ଡାଙ୍କ ସହାୟତାରେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅନେକ ମତ ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଆଜି ଜେଏନୟୁ ଛାତ୍ର ସଂସଦ ପକ୍ଷରୁ କୁଳପତି ଜଗଦେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି।

ଜେଏନୟୁ ଛାତ୍ର ସଂସଦ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “କୁଳପତି ଜଗଦେଶ କୁମାର ହିଁ ବିଶ୍ୱବିଦ୍ୟାଳୟରେ ହିଂସା ସୃଷ୍ଟି କରିଛନ୍ତି। ସେ ଗୁଣ୍ଡା ଲଗାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଆକ୍ରମଣ କରାଇଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦେବା ଦରକାର।

ସେ ଜଣେ ଦଙ୍ଗାକାରୀଙ୍କ ଭଳି ବ୍ୟବହାର କରୁଛନ୍ତି। ସେ ବାହାରୁ ଭଡ଼ାରେ ଗୁଣ୍ଡା ଆଣି ଏଠାରେ ଥିବା ଛାତ୍ରଛାତ୍ରୀଙ୍କୁ ଲୁହା ରଡ, ଲାଠିରେ ଆକ୍ରମଣ କରିବାକୁ ସମସ୍ତ ସହଯୋଗ କରିଛନ୍ତି। ସେ ବେଆଇନ ଭାବେ କିଛି ଯୋଜନା ଲାଗୁ କରିବାକୁ ବ୍ୟାକ ଡୋରର ସହାୟତା ନେଇଛନ୍ତି।”



from Odisha Reporter https://ift.tt/2QuTKlz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages