ବୁଲା କୁକୁର ଧରା ଅଭିଯାନ, ଧରା ପଡ଼ିଲେଣି ୬୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ବୁଲା କୁକୁର ଧରା ଅଭିଯାନ, ଧରା ପଡ଼ିଲେଣି ୬୦

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ୩ ଦିନ ମଧ୍ୟରେ  ରାଉରକେଲାରେ ଶତାଧିକ ଲୋକ ବୁଲା କୁକୁରଙ୍କ କାମୁଡ଼ାର ଶିକାର ହୋଇ ସାରିଲେଣି। ବୁଲା କୁକୁରଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ  ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

ଲୋକଙ୍କ ଆକ୍ରୋଶ ଦେଖି  ରାଉରକେଲା ମହାନଗର ନିଗମ ପକ୍ଷରୁ ବୁଲା କୁକୁରଙ୍କୁ ଧରିବା ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ  ଆରମ୍ଭ କରାଯାଇଥିବା ଏହି ଅଭିଯାନ ପରେ ୬୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଧରା ଯାଇ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ରରେ ବନ୍ଧ୍ୟାକରଣ ଲାଗି ରଖାଯାଇଛି । ମହାନଗର ନିଗମର ୪୦ଟି ୱାର୍ଡରେ ୬ ଟି ସ୍କ୍ୱାର୍ଡ ଦ୍ୱାରା ଏହି  ଅଭିଯାନ ଜାରି ରହିଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୨୬ ତାରିଖରୁ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର କାମୁଡ଼ାରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/38HhclA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages