ଆଇଏସଆଇ ଫଣ୍ଡିଂରେ ଏମବିବିଏସ ପଢ଼ୁଛି ଦବିନ୍ଦର ସିଂହ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ଆଇଏସଆଇ ଫଣ୍ଡିଂରେ ଏମବିବିଏସ ପଢ଼ୁଛି ଦବିନ୍ଦର ସିଂହ ଝିଅ

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ପାଇଁ ବହିଷ୍କୃତ ହୋଇଥିବା ଜମ୍ମୁ କଶ୍ମୀର ଡିଏସପି ଦବିନ୍ଦର ସିଂହକୁ ଏବେ ଏନଆଇଏ ଜେରା କରୁଛି। ଦବିନ୍ଦର ଦୁଇ ଜଣ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ପୁଅ କଶ୍ମୀରରେ ପାଠ ପଢ଼ୁଥିବା ବେଳେ ଝିଅ ବାଂଲାଦେଶରେ ଏମବିବିଏସ ପଢ଼ୁଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଇସା ଯୋଗାଉଛି। ଏନଆଇଏ ଦବିନ୍ଦର ସିଂହକୁ ପଚରାଉଚାର କରିବା ବେଳେ ଏମିତି କିଛି ପ୍ରମାଣ ପାଇ ତଦନ୍ତ ଆରମ୍ଭ କରିଛି। ୨୦୧୯ରେ ଦବିନ୍ଦର ତିନି ଦିନିଆ ବାଂଲାଦେଶ ଗସ୍ତରେ ଯାଇଥିଲା। ସେହି ସମୟରେ ଆଇଏସଆଇ ଅଧିକାରୀଙ୍କ ସହ ଭେଟିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦବିନ୍ଦର ସିଂହ ଶ୍ରୀନଗର ଠାରେ ଥିବା ନିଜ ଘର ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ଡିଏସପି ଦବିନ୍ଦର ୩ ଜଣ ଆତଙ୍କବାଦୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ବେଳେ ଶ୍ରୀନଗରଠାରେ ଗିରଫ କରାଯାଇଥିଲା। ଡିଏସପି ଦବିନ୍ଦର ସିଂହ ଘର ଏବଂ କାରରୁ ଜବତ ହୋଇଥିବା ଏକେ-୪୭ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍, ପିସ୍ତଲ ଏବଂ ମୋବାଇଲ ଫୋନ୍ ଆଦିର ଏନଆଇଏ ଏବେ ତଦନ୍ତ କରୁଛି।

ଆତଙ୍କବାଦୀକୁ ସହଯୋଗ କରୁଥିବା ଡିଏସପି ଦବିନ୍ଦର ସିଂହକୁ ବହିଷ୍କୃତ କରାଯାଇଛି। ଏନଆଇଏ ଏବେ ଦବିନ୍ଦର ବିରୋଧରେ ୟୁଏପିଏର ଦଫା ୧୮,୧୯,୨୦ ଏବଂ ୩୮,୩୯ ଆଧାରରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦବିନ୍ଦର ଆତଙ୍କବାଦୀକୁ ସହଯୋଗ କରୁଥିବାର ପ୍ରମାଣ ଏନଆଇଏ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ରହିଛି। ଗିରଫ ହୋଇଥିବା ଆତଙ୍କବାଦୀ ନବୀଦ ଏବଂ ଦବିନ୍ଦର ପାରିବାରିକ ସମ୍ପର୍କ ମଧ୍ୟ ବହୁତ ଭଲ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନବୀଦ ଅହମଦ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଦ୍ୱିତୀୟ ନେତା ଥିଲା। ଅସମର୍ଥୀତ ରିପୋର୍ଟ ଅନୁଯାୟୀ ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ୧୧ ଟ୍ରକ ଡ୍ରାଇଭରଙ୍କ ହତ୍ୟା ପଛରେ ନବୀଦର ବଡ଼ ଭୂମିକା ରହିଛି। ଏମିତିକି ଅନେକ ପୁଲିସଙ୍କୁ ମଧ୍ୟ ନବୀଦ ହତ୍ୟା କରିଥିବା ଜଣାପଡ଼ିଛି। ନବୀଦ ବିରୋଧରେ ଜମ୍ମୁ କଶ୍ମୀର ପୁଲିସ ପାଖରେ ମୋଟ୍ ୧୭ଟି ମାମଲା ରୁଜୁ ହୋଇଛି।



from Odisha Reporter https://ift.tt/2G6vDDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages