ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି।
ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏହାକୁ କୋର୍ଟ କଡ଼ା ଭାଷାରେ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛି।
ସେ ଭଲ ଭାବେ ଜାଣିଛି ଯେ ଏହା ଖାରଜ ହେବ। ହେଲେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ବିରିଷ୍ଠ ଓକିଲମାନେ ମତ ଦେଇଛନ୍ତି। ସୁପ୍ରିମକୋର୍ଟ ପବନର ନାବାଳକ ଆବେଦନକୁ ଖାରଜ କରି ସେତେବେଳେ କହିଥିଲେ ଯେ ହାଇକୋର୍ଟ ଥରେ ଜନ୍ମଗତ ପ୍ରମାଣପତ୍ର ଯାଞ୍ଚ କରି ଦେଇଥିବା ରାୟକୁ କେବେ ହେଲେ ପୁନଃ ସମୀକ୍ଷା କରାଯାଇ ପାରିବ ନାହିଁ।
from Odisha Reporter https://ift.tt/2GCs8ov
No comments:
Post a Comment