ଗାଁରେ ପଶିଲା ହାତୀ; ଘର ଭାଙ୍ଗିଲା, ଜଣଙ୍କୁ ଦଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ଗାଁରେ ପଶିଲା ହାତୀ; ଘର ଭାଙ୍ଗିଲା, ଜଣଙ୍କୁ ଦଳିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛି । ରାତି ପ୍ରାୟ ୧୧ଟା ପରେ ଏହି ଗାଁରେ ହାତୀ ପଶି ଘର ଦ୍ଵାର ଭଙ୍ଗାରୁଜା କରୁଥିବା ବେଳେ ଗାଁର ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ । ଉକ୍ତ ସମୟରେ ଗାଁର ନରବେଟ କୁଲୁ ନାମକ ବୃଦ୍ଧ ବାହାରକୁ ବାହାରି ହାତୀ ହାବୁଡ଼ରେ ପଡିଯାଇଥିଲେ।

ଗାଁ ଲୋକେ ନରବେଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ଆରଜିଏଚ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀଟି ପ୍ରାୟ ଚାରିଟି ଘର ଭଙ୍ଗାରୁଜା କରିଛି।  ବର୍ତ୍ତମାନ ଗାଁରେ ଆତଙ୍କ ଦେଖାଦେଇଛି । ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2R9akYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages