ନୂଆଦିଲ୍ଲୀ: ଆପଣ ପ୍ରତ୍ୟେକ ଦିନ ଗାଧୋଉଥିବେ। ଅତିବେଶିରେ କେତେ ସମୟ ଗାଧୋଉଥିବେ? ୧୫ରୁ ୨୦ ମିନିଟ୍। ନୁହେଁ କି? କେହି କେହି ଅଧାଘଣ୍ଟାରୁ ଚାଳିଶ ମିନିଟ୍ ସମୟ ନେଉଥିବେ। କିନ୍ତୁ ଜଣେ ଯୁବକ ଦୈନିକ ଗାଧୋଇବା ପାଇଁ ୧୦ ଘଣ୍ଟା ବ୍ୟୟ କରନ୍ତି। ୭ ମାସ ହେଲା ସେ ଏମିତି କରୁଛନ୍ତି। ସେ ବେଙ୍ଗାଲୁରୁରେ ରହନ୍ତି।
ଡାକ୍ତରଙ୍କୁ ଦେଖାଇବା ପରେ ଯୁବକ ଜଣଙ୍କୁ OCD(Obsessive Compulsive Disorder) ହୋଇଥିବାର ଜଣା ପଡିଥିଲା।
କଣ ଏହି OCD(Obsessive Compulsive Disorder)?
ଡାକ୍ତରଙ୍କ କହିବା ମୁତାବକ, ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ମନରେ ସବୁବେଳେ ସଂକ୍ରମଣ ହେବାର ଡର ଲାଗି ରହିଥାଏ। ଯାହାଦ୍ୱାରା ସେମାନେ ଅଧିକରୁ ଅଧିକ ସମୟରେ ନିଜକୁ ସଫା ରଖିବାରେ ଲଗାଇଥାନ୍ତି। ବେଙ୍ଗାଲୁରୁରେ ରହୁଥିବା ଯୁବକଙ୍କର ମଧ୍ୟ ସେଭଳି ସମସ୍ୟା ରହିଥିଲା, ଯାହା ପାଇଁ ସେ ଦିନକୁ ୧୦ ଘଣ୍ଟା ଗାଧୋଇବାରେ ଲଗାଉଥିଲେ। ଏମିତି କି ୩ଟି ସାବୁନ ଶେଷ କରିବା ସହ ପଲିଥିନ ମଧ୍ୟ ବ୍ୟବହାର କରୁଥିଲେ। ଗାଧୁଆ ଘରେ କୌଣସି ଜିନିଷକୁ ଛୁଇଁବା ପୂର୍ବରୁ ସେ ପଲିଥିନ ହାତରେ ବାନ୍ଧି କାମ କରୁଥିଲେ। ତାଙ୍କର ଏଭଳି ସମସ୍ୟା ଦେଖି ତାଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବା ସହ ତାଙ୍କ ମା’ ଅବସାଦଗ୍ରସ୍ତ ହୋଇ ଯାଇଥିବାର ସୂଚନା ମିଳିଛି। ତେବେ ୭ ମାସ ପରେ ଏଭଳି କାମର ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ଯୁବକଙ୍କ ଚିକିତ୍ସା କରାଯାଉଛି।
from Odisha Reporter https://ift.tt/387qrev
No comments:
Post a Comment