ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ଖାଇବା ପାଇଁ ଅଧିକାଂଶ ଲୋକେ ପସନ୍ଦ କରିଥା’ନ୍ତି। ତେବେ ଆବଶ୍ୟକତାଠାରୁ ଅଧିକ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ। ତା’ହେଲେ କେତେ ପରିମାଣରେ ଅଣ୍ଡା ଖାଇବା ଉଚିତ୍ ଓ ଅଧିକ ଅଣ୍ଡା ଖାଇଲେ ଶରୀରକୁ କେଉଁସବୁ କ୍ଷତି ପହଞ୍ଚିଥାଏ, ଆସନ୍ତୁ ସେ ବିଷୟରେ ଜାଣିବା।
୧. ଯଦି ଆପଣ ପ୍ରତିଦିନ ଅଣ୍ଡା ଖାଉଛନ୍ତି, ତା’ହେଲେ ଶରୀରକୁ ପ୍ରୋଟିନ୍ ମିଳିଥାଏ। ଏହାଦ୍ୱାରା ଶରୀରରେ ସେଲ୍ ଗୁଡ଼ିକ ସକ୍ରିୟ ହୋଇଥାଏ। ତେବେ ଦିନକୁ ଗୋଟିଏ ଲେଖାଏ ଅଣ୍ଡା ଖା’ନ୍ତୁ।
୨. ଅଣ୍ଡା ଶରୀରକୁ ପୋଷଣ ଦେଇଥାଏ। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ଠିକ୍ ଭାବରେ ହଜମ ହୋଇ ନଥାଏ। ସେଥିପାଇଁ ପ୍ରତିଦିନ ଏକ୍ସସରସାଇଜ୍ କରନ୍ତୁ। କାରଣ ଅଣ୍ଡା ଠିକ୍ ଭାବରେ ହଜମ ନହେଲେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିବ।
୩. ଫାଷ୍ଟ ଫୁଡ୍, ପ୍ୟାକେଟ୍ ଖାଦ୍ୟ ଓ ଅଧିକ ଅଣ୍ଡା ଖାଇବା ଦ୍ୱାରା ପେଟରେ ଜଳାପୋଡ଼ା ଓ ଗ୍ୟାସ୍ ଆଦି ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ଅଛି, ତା’ହେଲେ କମ୍ ପରିମାଣରେ ଅଣ୍ଡା ଖା’ନ୍ତୁ କିମ୍ୱା ବିଲକୁଲ୍ ଖା’ନ୍ତୁ ନାହିଁ।
୪. ଯଦି ଅଣ୍ଡା ଖାଉଛନ୍ତି ଏବଂ ଆପଣଙ୍କର ଲାଇଫ୍ଷ୍ଟାଇଲ୍ ଠିକ୍ ନାହିଁ, ତା’ହେଲେ ମୁହଁରେ ବ୍ରଣ ଆଦି ସମସ୍ୟା ଦେଖା ଦେଇଥାଏ। ଏପରିକି ପେଟରେ ଯନ୍ତ୍ରଣା ଓ ଡାଇରିଆ ହେବାର ଆଶଙ୍କା ମଧ୍ୟ ରହିଥାଏ।
୫. ଅଣ୍ଡା ଖାଇବା ପରେ ଦେହ କୁଣ୍ଡାଇ ହେବା, ଲାଲ୍ ପଡ଼ିବା, ଆଖିରେ ପାଣି ଆସିବା ପରି ସମସ୍ୟା ଦେଖା ଦେଉଥିଲେ, ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ। ଏହାର କାରଣ ଏସବୁ ସମସ୍ୟା ଦେଖାଦେଲେ ଜାଣିବେ ଯେ ଅଣ୍ଡା ପ୍ରତି ଆପଣଙ୍କର ଆଲର୍ଜି ରହିଛି।
୬. ଅଣ୍ଡା କିମ୍ୱା ଓମ୍ଲେଟ୍ ଖାଉଥିଲେ ଭଲ ଭାବରେ ରୋଷ୍ଟ କରି ଖାଆନ୍ତୁ। ଅଧା ସିଝା ଅଣ୍ଡା ଖାଇଲେ ଏଥିରେ ଥିବା ସାଲମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ।
୭. ଯେଉଁମାନଙ୍କର ହୃଦ୍ରୋଗ ସମ୍ୱନ୍ଧୀୟ ସମସ୍ୟା ରହିଛି, ସେମାନେ ଅଣ୍ଡା ଖା’ନ୍ତୁ ନାହିଁ। ଏହାର କାରଣ ଏଥିରେ ପ୍ରଚୁର ପରିମାଣରେ କୋଲେଷ୍ଟ୍ରଲ ରହିଛି, ଯାହା ହୃତ୍ପିଣ୍ଡ ପାଇଁ କ୍ଷତିକାରକ। ଯଦି ହୃଦରୋଗୀ ଅଣ୍ଡା ଖାଉଛନ୍ତି, ତା’ହେଲେ ଏହାର ହଳଦିଆ ଅଂଶକୁ ବାହାର କରି ଖା’ନ୍ତୁ।
from Odisha Reporter https://ift.tt/30QB7vI
No comments:
Post a Comment