ଆଇଆଇଟି ବମ୍ବେରେ ‘ଆଣ୍ଟି ନ୍ୟାସନାଲ’ କାର୍ଯ୍ୟକ୍ରମକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଆଇଆଇଟି ବମ୍ବେରେ ‘ଆଣ୍ଟି ନ୍ୟାସନାଲ’ କାର୍ଯ୍ୟକ୍ରମକୁ ନା

ମୁମ୍ବାଇ: ଆଇଆଇଟି ବମ୍ବେର ହଷ୍ଟେଲ ଅନ୍ତେବାସୀମାନେ ଏଣିକି ଦେଶ ବିରୋଧୀ ଏବଂ ଅନ୍ୟ ଅପ୍ରୀତିକର କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେନି। ଏହି ଅନୁଷ୍ଠାନର ଷ୍ଟୁଡେଣ୍ଟ ଆଫେୟାର ଡିନ୍‌ ଏଭଳି କିଛି ନିୟମ ନେଇ ଏକ ମେଲ ପଠାଇଛନ୍ତି। ତେବେ ଏଥିରେ ‘ଆଣ୍ଟି ନ୍ୟାସନାଲ’ ଶବ୍ଦର ବ୍ୟବହାର ହୋଇଥିଲେ ହେଁ, କାହାକୁ ‘ଆଣ୍ଟି ନ୍ୟାସନାଲ’ କୁହାଯିବ ତାହା ଲେଖାଯାଇନି।

ତେବେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ଏବଂ ଏଥିରେ ଛାତ୍ରଛାତ୍ରୀମାନେ ହିଁ ବିରୋଧୀଙ୍କ ଭରସା ପାଲଟିଥିବାରୁ ଏହି ନିର୍ଦ୍ଦେଶ ତତ୍‌ସମ୍ପର୍କିତ ହୋଇଥିବା କୁହାଯାଉଛି।

ଏହି ମେଲ୍‌ରେ ୧୪ଟି ଏପରି ସତର୍କବାଣୀ ରହିଛି ଯେଉଁଥିରେ କୁହାଯାଇଛି, ଯେଉଁସବୁ ଭାଷଣ, ନାଟକ, ସଙ୍ଗୀତ ‘ହଷ୍ଟେଲ ପରିବେଶରେ ବ୍ୟାଘାତ କରୁଥିବ’ ତାହାକୁ ଅନୁମତି ମିଳିପାରିବ ନାହିଁ।ଏଥିସହ ପୋଷ୍ଟର, ବ୍ୟାନର ଏବଂ ଲିଫ୍‌ଲେଟ୍‌ ବଣ୍ଟନ ଉପରେ ମଧ୍ୟ କଟକଣା ଲାଗିଛି। ଏଥିରେ କୁହାଯାଇଛି ସମସ୍ତ ୧୫ଟି ନିୟମ ୨୮.୧.୨୦୧୯ଠାରୁ ଲାଗୁ ହେଲା।

ଦିଲ୍ଲୀର ଜେଏନ୍‌ୟୁ ହିଂସା ସମୟରେ ଯେଉଁସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆନ୍ଦୋଳନରେ ଭାଗନେଇଥିଲେ, ସେମାନଙ୍କ ମଧ୍ୟରୁ ଆଇଆଇଟି ବମ୍ବେ ଅନ୍ୟତମ ଥିଲା। ସେମାନେ ଗେଟ୍‌ୱେ ଅଫ୍‌ ଇଣ୍ଡିଆଠାରେ ଏକାଠି ହୋଇ ଏନ୍‌ଆରସି ଏବଂ ସିଏଏ ପ୍ରସଙ୍ଗରେ ମଧ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ।



from Odisha Reporter https://ift.tt/2RBh3KY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages