ତେଲକୋଇ(ଚିନ୍ମୟ ସାହୁ): ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ବୃଦ୍ଧା ଗୁରୁତର । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ଘଟିଛି ଏଭଳି ଘଟଣା ।
ଡମଣୀ ରାଉତ ନାମ୍ନୀ ବୃଦ୍ଧା ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା । ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ ଥିବା ଲୁଗାପଟାରେ ନିଆଁ ଲାଗି ଯାଇଥିଲା। ତାହା ଧିରେ ଧିରେ ବ୍ୟାପିବାର ଲାଗିଥିଲା । ଫଳରେ ଅଗ୍ନିକାଣ୍ଡରେ ୨ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି।
ଡମଣୀଙ୍କୁ ସ୍ୱାମୀ ମୁରଲୀ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
from Odisha Reporter https://ift.tt/2NZSoxj
No comments:
Post a Comment