ପିଆଜ ଚାଷ କରିବାକୁ ଚାଷୀଙ୍କୁ ଆଦେଶ ଦେଲେ ମହାରାଜା କଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ପିଆଜ ଚାଷ କରିବାକୁ ଚାଷୀଙ୍କୁ ଆଦେଶ ଦେଲେ ମହାରାଜା କଂସ

ବରଗଡ଼ (ଦୀପକ ଶର୍ମା): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଗତକାଲି ଷଷ୍ଠ ଦିନରେ ଗୋପପୁର ସାଜିଥିବା ଅମ୍ବାପାଲିରେ ରାଧାକୃଷ୍ଣଙ୍କୁ ଦେଖିଥିଲେ ଦର୍ଶକ। ଏଥିସହ ଯମୁନା ନଦୀରେ ସ୍ନାନରତା ଗୋପୀଙ୍କ ବସ୍ତ୍ରକୁ କୃଷ୍ଣ ହରଣ କରିନେବା ଏବଂ ଗୋପୀମାନେ କୃଷ୍ଣଙ୍କୁ ଗୁହାରି ହେବା ଦୃଶ୍ୟ ଦେଖିବାକୁ ଜୀରା ନଦୀ କୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଏହାସହ ଜୀରା ନଦୀ ସାଜିଥିଲା ଯମୁନା ନଈ।

ଅନ୍ୟପକ୍ଷରେ ମଥୁରାନଗରୀ (ବରଗଡ଼ ସହର)ରେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି। ଗତକାଲି ରଙ୍ଗସଭାରେ ବହୁ ରାଜ୍ୟର ରାଜାଙ୍କ ସହ ମିଶି କୃଷ୍ଣଙ୍କୁ ମାରିବାର ଯୋଜନା କରିଥିଲେ କଂସ। ତେବେ ମଥୁରା ନରେଶ ମହାରାଜା କଂସଙ୍କୁ ଚାଷୀଙ୍କ ଚିନ୍ତା ମଧ୍ୟ ଘାରିଛି। ତେଣୁ  ଧାନର କଟନି ଛଟନି ପ୍ରସଙ୍ଗ ଉଠାଇ ଚାଷୀମାନଙ୍କୁ ଉଚିତ ମୂଲ୍ୟ ଦେବାକୁ ଜିଲ୍ଲା ପ୍ରଶାସନକୁ ଗତକାଲି ମହାରାଜା ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମଥୁରାରେ ପିଆଜ ଚାଷ କରିବାକୁ ଚାଷୀଙ୍କୁ ଆଦେଶ ଦେଇଥିଲେ।

ଏନେଇ ମହାରାଜା କଂସ କହିଛନ୍ତି, “ରଙ୍ଗସଭାରେ ଜିଲ୍ଲାପାଳ, ଏଡିଏମ୍‌, ଉପ-ଜିଲ୍ଲାପାଳ, ଡିଇଓ ଏବଂ ବିଇଓ ଉପସ୍ଥିତ ଥିଲେ। ତେବେ ଯିଏ ଯେଉଁ ବିଭାଗରେ ଅଛନ୍ତି ତୁରନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିସହ ଧାନର ଅଭାବ ବିକ୍ରି, ଟୋକନ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନଥିବା, ଚାଷୀମାନେ ଠିକ୍ ଭାବରେ କିପରି ଉଚିତ୍ ମୂଲ୍ୟ ପାଇବେ ଓ କଟନିଛଟନି ପ୍ରତି ଦୃଷ୍ଟି ଦେବା ପାଇଁ ମୁଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ମଥୁରାରେ ବର୍ତ୍ତମାନ ପିଆଜ କିଲୋ ୧୪୦ରେ ପହଞ୍ଚିଛି। ତେଣୁ ପିଆଜ ଚାଷ କରିବା ପାଇଁ ମୁଁ ଚାଷୀମାନଙ୍କୁ ଆଦେଶ ଦେଇଛି। କିନ୍ତୁ ଚାଷୀମାନେ ଅଭିଯୋଗ କରିଛନ୍ତି ମଥୁରାରେ ଶୀତଳଭଣ୍ଡାର ନାହିଁ। ଏଥିପାଇଁ ଶୀତଳ ଭଣ୍ଡାର ଶୀଘ୍ର ତିଆରି କରିବା ପାଇଁ ମୁଁ ଏଡିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଛି।”



from Odisha Reporter https://ift.tt/37BRFK6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages