ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା, ଲୋକେ ଆଶ୍ୱସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା, ଲୋକେ ଆଶ୍ୱସ୍ତ

ଯାଜପୁର (ଅଭୟ ପତି): ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ। ଗତ ୧୦ ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା।

ଆଜି ଦନ୍ତା ହାତୀକୁ ଏକ ବଡ଼ ଟ୍ରକରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଓ ହାତୀର ସ୍ୱାସ୍ଥ୍ୟ  ପରୀକ୍ଷା ପରେ ତାକୁ ସ୍ଥାନାନ୍ତର କରାଯାଇଛି। ହାତୀକୁ କାବୁ କରିବା ପରେ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇଛି।

ଦୀର୍ଘ ଦିନ ଧରି ହାତୀ ଆତଙ୍କରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ସାହସ ଜୁଟାଇ ପାରୁ ନ ଥିଲେ। ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି।



from Odisha Reporter https://ift.tt/2t2J0lg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages