ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟ ଟର୍ମିନାଲ ଲିଙ୍କରେ ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡ଼ିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହାର ତଦନ୍ତ ନିମନ୍ତେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ନିର୍ଦ୍ଦେଶକ ବିଭି ରାଓ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଘଟଣାର ବୈଷୟିକ ଦିଗ ସମ୍ପର୍କରେ ତଦନ୍ତ କରାଯିବ।
AAI ମୁଖ୍ୟାଳୟରେ ଏନେଇ ତଦନ୍ତ କମିଟି ଗଠନ କରାଯିବ। ଖୁବ ଶୀଘ୍ର କମିଟି ଭୁବନେଶ୍ୱର ଆସି ତଦନ୍ତ କରିବ। ସମସ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ଆମେ ପୁଲିସ୍ରେ ଅଭିଯୋଗ କରିବୁ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ଏଥିସହ ମୃତାହତଙ୍କୁ କ୍ଷତିପୂରଣ ଦେବା ଦାୟିତ୍ୱ ସମ୍ପୃକ୍ତ ଠିକାଦାର ସଂସ୍ଥାର ବୋଲି ସେ କହିଛନ୍ତି।
ଅପରପକ୍ଷେ କମିଶନରେଟ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି । ପୁଲିସ୍ ଦିଲୀପଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଏୟାରପୋର୍ଟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିବା ଦିଲୀପ କନଷ୍ଟ୍ରକ୍ସନ୍ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦିଲୀପ ଖଟେଇ । ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ଲିଙ୍କ୍ ବିଲ୍ଡିଂର ନିର୍ମାଣ କରୁଥିଲା ଦିଲୀପ କନଷ୍ଟ୍ରକ୍ସନ୍। ଦୁଇ ଟର୍ମିନାଲ ଲିଙ୍କ୍ ଭୁଶୁଡ଼ିବା ପରେ ସଂସ୍ଥାର କାଗଜପତ୍ର ଯାଞ୍ଚ କରାଯାଉଛି ।
from Odisha Reporter https://ift.tt/2tSFZED
No comments:
Post a Comment