ଜୟପୁର: କେରଳ ଓ ପଞ୍ଜାବ ପରେ ଆଜି ରାଜସ୍ଥାନ ବିଧାନସଭାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି। ଦେଶର ତୃତୀୟ ରାଜ୍ୟ ଭାବରେ ରାଜସ୍ଥାନ ସିଏଏ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିଛି।
ଏହି ସଂକଳ୍ପ ପାରିତ ହେବା ସମୟରେ ବିରୋଧୀ ବିଜେପି ବିଧାୟକମାନେ ଗେହଲଟ ସରକାର ବିରୋଧରେ ସ୍ଲୋଗାନ ସାଙ୍ଗକୁ ନାରାବାଜି ଦେଇଥିଲେ। ଏହାବାଦ୍ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାର ବିଧାନସଭାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ସିଏଏ ନିୟମ ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତା ମିଳିବ। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ସିଏଏକୁ ବିରୋଧ କରି ଏବେ ମାମଲା ସୁପ୍ରିମକୋର୍ଟରେ ଚାଲିଛି। ଆଗାମୀ ୫ ସପ୍ତାହ ପରେ ସିଏଏ ମାମଲାର ରାୟ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ଶୁଣାଣି କରିବେ।
from Odisha Reporter https://ift.tt/2U1HR8R
No comments:
Post a Comment