ଜୟପୁର( ଟି. ଗୌରିଶଙ୍କର): ଗାଁରେ ବୁଲୁଛି କୁମ୍ଭୀର । ଗୋଟିଏ କୁମ୍ଭୀର ଗାଁ ପୋଖରୀରେ ଥିବା ବେଳେ ଅନ୍ୟଟି ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସି ଗାଡ଼ି ଧକ୍କାରେ ପ୍ରାଣ ହରାଇଛି। ଆଉ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି କୋରାପୁଟ ଜିଲ୍ଲା କୁଣ୍ଡୁରା ବ୍ଲକ ବାଗଦେରିବାସୀ।
ଗ୍ରାମବାସୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ହେବ ନିକଟସ୍ଥ ନଦୀରୁ ଆସି ସ୍କୁଲ ପାଖ ପୋଖରୀରେ ୨ଟି କୁମ୍ଭୀର ରହିଥିଲେ । ସେମାନଙ୍କ ମଧ୍ୟରୁ ଖାଦ୍ୟ ସନ୍ଧାନରେ ଗୋଟିଏ ରାସ୍ତାକୁ ପଳାଇ ଆସି ଦୁର୍ଘଟଣାରେ ପ୍ରାଣ ହରାଇଛି। ଅନ୍ୟଟି ଏବେ ବି ପୋଖରୀରେ ଆଶ୍ରୟ ନେଇଛି। ଖରା ଏବଂ ଖାଦ୍ୟ ଅନ୍ୱେଷଣରେ କୁମ୍ଭୀରଟି ରାସ୍ତା ଉପରକୁ ବି ଚାଲିଆସୁଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ। ନିକଟରେ ସ୍କୁଲ ଥିବାରୁ ପିଲାମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏହା ପୂର୍ବରୁ ଅଞ୍ଚଳରେ ଭାଲୁ ଆତଙ୍କ ନେଇ ଲୋକେ ଭୟଭିତ ହୋଇ ପଡ଼ିଥିଲେ ।
from Odisha Reporter https://ift.tt/3aJtThu
No comments:
Post a Comment