ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏହା ସହିତ ଏହି ଘଟଣାରେ ପୁଲିସ୍ ମୋଟ ୨୨ ଜଣଙ୍କୁ ଗିରଫ କରି ସାରିଲାଣି।

ଏବେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ସମସ୍ତେ ନାବାଳକ।  ଏମାନେ ସ୍କୁଲ, କଲେଜରେ ପଢୁଥିବା ସୂଚନା ମିଳିଛି। ଆଗରୁ କମିଶନରେଟ ପୁଲିସ୍‌ ଏହି ମାମଲାରେ ୧୮ ଜଣଙ୍କୁ ଧରିଥିଲା।

ଗତ ଶୁକ୍ରବାର ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ। ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।  ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଆକ୍ରମଣରେ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏମାନଙ୍କ ଉତ୍ପାତରେ ମାର୍କେଟରେ ଥିବା ସାଧାରଣ ଲୋକେ ଓ ଗ୍ରାହକ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ। ଏହା ଜନବହୁଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ବେଶ୍ କିଛି ସମୟ ଧରି ଅରାଜକତା ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।



from Odisha Reporter https://ift.tt/2Tf19XR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages