ମୁମ୍ବାଇ: ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ତାଙ୍କ ନାଁରେ ଜଣେ ମହିଳା କୋରିଓଗ୍ରାଫର୍ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଗଣେଶ ତାଙ୍କ ଠାରୁ କମିଶନ୍ ନେବା ସହ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ମହିଳା ଜଣଙ୍କ ଗଣେଶଙ୍କ ବିରୋଧରେ ଅମ୍ବୋଲି ଥାନାରେ ଅଭିଯୋଗ କରିଥିବା ବେଳେ ଏଫଆଇଆର୍ କପି ଭାଇରାଲ୍ ହୋଇଛି।
Mumbai:33yr-old woman choreographer,has filed complaint against Ganesh Acharya, GenSecyIndian Film&Television Choreographers Assoc at state's Women's Commission&Amboli PS accusing him of depriving her of work in film industry,demanding commission&forcing her to watch adult videos pic.twitter.com/Z8jYzgVyQh
— ANI (@ANI) January 28, 2020
ସେ ଅଭିଯୋଗ କରିଛନ୍ତି ଯେ ଯେବେଠୁ ଗଣେଶ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ହେଲେଣି ସେବେଠୁ ତାଙ୍କୁ ହଇରାଣ କରୁଛନ୍ତି। ଏପରିକି କଥା ନ ମାନିବାରୁ ଗଣେଶ ତାଙ୍କ ପଦର ଅପବ୍ୟବହାର କରି ତାଙ୍କୁ ଆସୋସିଏସନ୍ରୁ ବାହାର କରି ଦେଲେ। ସେ ତାଙ୍କୁ ତାଙ୍କର ଆସିଷ୍ଟାଣ୍ଟ ହେବାକୁ ବାଧ୍ୟ କରିଥିଲେ। ହେଲେ ସେ ମାନି ନଥିଲେ ଓ ସ୍ୱତନ୍ତ୍ର ଭାବେ କାମ କରିବାକୁ ଚାହିଁଥିଲେ।
ଏଫ୍ଆଇଆର୍ କପିରେ ଏହି ମହିଳା କୋରିଓଗ୍ରାଫର ଜଣଙ୍କ ଆହୁରି ଲେଖିଛନ୍ତି ଯେ ସେ ଯେତେବେଳେ ଅଫିସ୍ ଯାଉଥିଲେ ଗଣେଶ ଅଶ୍ଲୀଳ ଭିଡିଓ ଦେଖୁଥିଲେ ଓ ତାଙ୍କୁ ବି ଦେଖିବାକୁ କହୁଥିଲେ। ସେ ଜଣେ ନାରୀପ୍ରେମୀ ଓ ଜୁଆପ୍ରେମୀ ବ୍ୟକ୍ତି।
ଏହା ପୂର୍ବରୁ ଗଣେଶଙ୍କୁ ନେଇ ଆଉ ଏକ ବିବାଦ ଦେଖା ଦେଇଥିଲା। କିଛିଦିନ ପୂର୍ବରୁ ଖବର ମିଳିଥିଲା ଯେ ସେ ‘ଅଲ୍ ଇଣ୍ଡିଆ ଫିଲ୍ମ ଟେଲିଭିଜନ୍ ଆଣ୍ଡ ଇଭେଣ୍ଟ ଡ୍ୟାନ୍ସର୍ସ ଆସୋସିଏସନ୍’ (AIFTEDA) ନାମରେ ସେ ଏକ ସଂଘ ଗଠନ କରିଛନ୍ତି। ତେବେ ଏହାକୁ ନେଇ ‘ସିନେ ଡ୍ୟାନ୍ସର୍ସ ଆସୋସିଏସନ୍(CDA)’ ଚିନ୍ତାରେ ପଡ଼ିଯାଇଛି। ଆଉ ଏହି ପ୍ରସଙ୍ଗରେ ସିଧାସଳଖ ତାଙ୍କୁ ଟାର୍ଗେଟ୍ କରିଥିଲେ ପ୍ରସିଦ୍ଧ କୋରିଓଗ୍ରାଫର୍ ସରୋଜ୍ ଖାନ୍। ସେ କହିଥିଲେ ଯେ ଗଣେଶ ନୂଆ ଆସୋସିଏସନ୍ ଖୋଲି CDAକୁ ଧୋକା ଦେଇଛନ୍ତି। ତେବେ ଏହାର ଜବାବରେ ଗଣେଶ କହିଥିଲେ ଯେ ତାଙ୍କୁ AIFTEDAର ଉଦ୍ଘାଟନୀ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଯାଇଥିଲେ।
from Odisha Reporter https://ift.tt/37xSpR1
No comments:
Post a Comment