ସଭାପତି ପଦବୀ ପାଇଁ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ସଭାପତି ପଦବୀ ପାଇଁ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଜି ଦଳର ସଭାପତି ପ୍ରାର୍ଥୀ ପାଇଁ ନାମାଙ୍କନ ଭରିଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ନୂଆ ଅଧ୍ୟକ୍ଷ ପଦବୀ ପାଇଁ ଏବେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହି ଅବସରରେ ଦଳର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଥିବା ରାଧାମୋହନ ସିଂହଙ୍କୁ ନୂଆ ଅଧ୍ୟକ୍ଷଙ୍କ ନାମ ପ୍ରସ୍ତାବ ସ୍ୱରୂପ ଦେଇଛନ୍ତି।  ନଡ୍ଡା କିନ୍ତୁ ନିର୍ଦ୍ୱନ୍ଦ୍ୱରେ ଦଳର ସଭାପତି ଭାବରେ ନିର୍ବାଚିତ ହେବା ଏକ ପ୍ରକାର ଥୟ। କାରଣ ଦଳରେ ସହମତି ଭିତରେ ସଭାପତି ବଛାଯିବାର ପରମ୍ପରା ରହିଛି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନୂଆ ଅଧ୍ୟକ୍ଷଙ୍କୁ ସମ୍ମାନୀତ କରିବେ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ଅମିତ ଶାହ ଦଳର ସଭାପତି ପଦବୀ ଛାଡ଼ିବେ ବୋଲି ଗତବର୍ଷ ଦଳ ପକ୍ଷରୁ କୁହାଯାଇଥିଲା। ହେଲେ ସେତେବେଳେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଥିଲା। ଏହାକୁ ଆଖି ଆଗରେ ରଖି ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ଅବସ୍ଥାପିତ କରାଯାଇଥିବାବେଳେ ଶାହଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଥିଲା। ଜେ.ପି. ନଡ୍ଡା ସଭାପତି ଭାବରେ ନିର୍ବାଚିତ ହେବା ପରେ ଅମିତ ଶାହଙ୍କର କାର୍ଯ୍ୟକାଳ ଶେଷ ହେବ। ସେ ଦୀର୍ଘ ସାଢ଼େ ପାଞ୍ଚ ମାସ ହେବ ଏହି ପଦବୀରେ ଥିଲେ। ଜେ.ପି. ନଡ୍ଡା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ମୋଦିଙ୍କ ପ୍ରଥମ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ହିମାଚଳ ପ୍ରଦେଶର ଏହି ନେତା ଛାତ୍ର ଜୀବନରୁ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2sC61LA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages