ବନ୍ଦ ହୋଇଯିବ ‘ସଞ୍ଜିବନୀ ୨’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ବନ୍ଦ ହୋଇଯିବ ‘ସଞ୍ଜିବନୀ ୨’

ମୁମ୍ବାଇ: ଅନେକ ଦିନରୁ ଚର୍ଚ୍ଚା ହେଉଥିଲା ଯେ ସିରିଏଲ୍ ‘ସଞ୍ଜିବନୀ ୨’ ବନ୍ଦ ହୋଇଯିବ। କିନ୍ତୁ ଏବେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରି ଦେଇଛନ୍ତି ନିର୍ମାତା ସିଦ୍ଧାର୍ଥ ମଲହୋତ୍ରା। ସେ ଟ୍ୱିଟ୍‌ କରି ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୧୩ ତାରିଖରେ ଏହି ଶୋ’ର ଶେଷ ଏପିସୋଡ୍‌ ପ୍ରସାରିତ ହେବ।

ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହାର ପ୍ରଥମ ପାର୍ଟ ‘ସଞ୍ଜିବନୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ‘ସଞ୍ଜିବନୀ-୨’କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି। ତେଣୁ ନିର୍ମାତା  ଶୋ’ ବନ୍ଦ କରି ଦେବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ‘ସଞ୍ଜିବନୀ-୨’ରେ ଏକ ଡାକ୍ତରଖାନା ଓ ଡାକ୍ତରଙ୍କ ଜୀବନ କାହାଣୀ ଦେଖାଯାଉଛି। ଏଥିରେ ସୁରଭି ଚନ୍ଦନା ଓ ନମିତ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।  ସୁରଭି ଏହା ପୂର୍ବରୁ ସିରିଏଲ୍ ‘ଇସ୍କବାଜ୍‌’ରେ ଅନିକା ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତେଣୁ ଫ୍ୟାନଙ୍କ ଡିମାଣ୍ଡ ଅନୁଯାୟୀ ସୁରଭିଙ୍କୁ ‘ସଞ୍ଜିବନୀ-୨’ରେ ଲିଡ୍‌ ରୋଲ୍‌ ଦିଆଯାଇଥିଲା।

‘ସଞ୍ଜିବନୀ-୨’କୁ ଦର୍ଶକ ପ୍ରଥମରୁ ବେଶ୍ ପସନ୍ଦ କରୁଥିଲେ। ହେଲେ ଧୀରେ ଧୀରେ ଏହା ଟିଆର୍‌ପି ରେଟିଂ ତାଲିକାର ବହୁତ ତଳକୁ ଖସିଗଲା। ପ୍ରଥମ ପାର୍ଟ ଅପେକ୍ଷା ‘ସଞ୍ଜିବନୀ-୨’ ଖୁବ୍ ଅଲଗା ହେବ ବୋଲି ନିର୍ମାତା ସିଦ୍ଧାର୍ଥ ମଲହୋତ୍ରା କହିଥିଲେ। କିନ୍ତୁ ଦର୍ଶକଙ୍କୁ ଏଥିରେ କିଛି ନୂଆ ଦେଖିବାକୁ ମିଳିଲା ନାହିଁ। ସେହିଭଳି କାହାଣୀ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଲାନି। ତେଣୁ ଧୀରେ ଧୀରେ ଦର୍ଶକ ଏହି ଶୋ’ ଦେଖିବା ହିଁ ବନ୍ଦ କରି ଦେଲେ।



from Odisha Reporter https://ift.tt/2u70cXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages