ଏଣିକି ବିଦ୍ୟୁତ୍‌ ଆଘାତରେ ମଲେ ମିଳିବ ଅଧିକ କ୍ଷତିପୂରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଏଣିକି ବିଦ୍ୟୁତ୍‌ ଆଘାତରେ ମଲେ ମିଳିବ ଅଧିକ କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ ବହୁ ଧନଜୀବନ ହାନୀ ମଧ୍ୟ ହେଉଛି। ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏଣିକି ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ମିଳିବ ବୋଲି ଘୋଷଣା କରିଛନ୍ତି ସରକାର।

ବିଦ୍ୟୁତ୍‌ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା, ଶରୀରର ୬୦ ପ୍ରତିଶତ ପୋଡିଯାଇଥିଲେ ୨ ଲକ୍ଷ, ୪୦ରୁ ୬୦ ପ୍ରତିଶତ ଶରୀରରେ କ୍ଷତି ହୋଇଥିଲେ ୫୯ ହଜାର ଶହେ ଟଙ୍କା ସହାୟତା ମିଳିବ। ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସେହିପରି ବିଦ୍ୟୁତ୍‌ ଆଘାତଜନିତ ଦୁର୍ଘଟଣାରେ ଗୁରୁତର ହୋଇ ସପ୍ତାହକରୁ ଅଧିକ ସମୟ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା, ସପ୍ତାହକରୁ କମ୍ ସମୟ ଚିକିତ୍ସିତ ହେଲେ ୪ ହଜାର ୫ଶହ ଟଙ୍କା ଆର୍ଥିକ ସହାୟତା ମିଳିବ। ଗାଇ, ମହିଁଷି ମଲେ ମଧ୍ୟ ୩୦ ହଜାର ମିଳିବ । ରାଜ୍ୟ ସରକାର ଏନେଇ ବିଦ୍ୟୁତ୍‌  ନିୟାମକ ଆୟୋଗକୁ ସୁପାରିଶ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଦିବ୍ୟଶଙ୍କର ମିଶ୍ର ।

୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ୧୧ଶହ ୫୭ଜଣ ବିଦ୍ୟୁତ୍‌ଜନିତ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ୮୮୨ଜଣ ପ୍ରାଣ ହରାଇଛନ୍ତି।  ସେହିପରି ବିଦ୍ୟୁତ୍‌ ଜନିତ ଦୁର୍ଘଟଣାରୁ ୪୩ଟି ହାତୀ ମରିଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ



from Odisha Reporter https://ift.tt/2SDijO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages