ଆତ୍ମସମର୍ପଣ କଲେ ହାର୍ଡକୋର ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଆତ୍ମସମର୍ପଣ କଲେ ହାର୍ଡକୋର ନକ୍ସଲ

ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଦୀର୍ଘ ବର୍ଷ ହେବ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିବା ହାର୍ଡକୋର ନକ୍ସଲ ରାମଦାସ ଆତ୍ମସମର୍ପଣ କରିଛନ୍ତି। ସେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

୨୦୦୯ ମସିହାରେ ରାମଦାସ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ରାମଦାସ ୨୦୧୦ରୁ ୨୦୧୮ ମସିହା ପର୍ଯ୍ୟନ୍ତ କନ୍ଧମାଳର ଖଡଙ୍ଗ ଏରିଆ କମିଟି ଓ କଳାହାଣ୍ଡିର ଏମ.ରାମପୁର ଥାନା ଅଞ୍ଚଳରେ ରାହୁଲ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।

ଏମ.ରାମପୁର ଥାନା ଅଞ୍ଚଳରେ ବିଭିନ୍ନ ବର୍ବରକାଣ୍ଡରେ ସାମିଲ ଥିଲେ ରାମଦାସ। ହେଲେ ଏବେ ହିଂସା ଛାଡି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ମିଳିବ ବୋଲି ଏସ୍‌ପି କହିଛନ୍ତି।



from Odisha Reporter https://ift.tt/2P0CMKz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages