ଘୁଞ୍ଚିବ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଘୁଞ୍ଚିବ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ!

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର୍‌ଙ୍କ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ଫିଲ୍ମଟି ଷ୍ଟାର ନିର୍ଦ୍ଦେଶକ ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ ‘ସିଂହମ୍‌’ ଓ ‘ସିଂହମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ତେବେ ଏହି ସିରିଜ୍‌ରେ ଅକ୍ଷୟଙ୍କ ଏଣ୍ଟ୍ରି ପ୍ରଥମ ଥର ପାଇଁ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୭ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ଖବର ଆସୁଛି ଯେ ଫିଲ୍ମଟି ସମୟ ପୂର୍ବରୁ ରିଲିଜ୍‌ ହୋଇପାରେ।

ସୂଚନା ଅନୁଯାୟୀ ସମୟ ପୂର୍ବରୁ ଫିଲ୍ମକୁ ରିଲିଜ୍‌ କରିବାର ଏକ ବଡ଼ କାରଣ ହେଉଛି ରଣବୀର ସିଂହଙ୍କ ଫିଲ୍ମ ‘83’। ପ୍ରଥମେ ଏହି ଫିଲ୍ମଟି ୨୦୨୦ ଇଦ୍‌ରେ ରିଲଜ୍ ହେବାର ଥିଲା। ହେଲେ ଇଦ୍‌ରେ ପ୍ରତିବର୍ଷ ସଲ୍‌ମାନଙ୍କ ଫିଲ୍ମ ରିଲିଜ୍‌ ହୁଏ ତେଣୁ ତାଙ୍କ ଫିଲ୍ମ ସହ ଟକ୍କର୍‌ରୁ ବଞ୍ଚିବା ପାଇଁ ନିର୍ମାତା ଏହାକୁ ମାର୍ଚ୍ଚ ୨୭ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ଖବର ମିଳିଛି ଯେ ‘ସୂର୍ଯ୍ୟବଂଶୀ’କୁ ମାର୍ଚ୍ଚ ୨୫ରେ ରିଲିଜ୍‌ କରାଯାଇପାରେ। କାରଣ ସେଦିନ ‘ଗୁଡ଼ି ପଡ଼ୱା’ ପର୍ବର ଲାଭ ମିଳିପାରିବ ଓ ଫିଲ୍ମକୁ ୫ ଦିନର ଏକ ଲମ୍ବା ୱିକେଣ୍ଡ ବି ମିଳିଯିବ। ଏଥିସହ ଫିଲ୍ମ ‘83’ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ଆୟ କରିବାକୁ ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିଯିବ। ଫିଲ୍ମ ‘83’ ଏପ୍ରିଲ୍ ୧୦ରେ ରିଲିଜ୍ ହେବ।

ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବଲିଉଡ୍‌ର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଅକ୍ଷୟ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖାବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍‌ମାର୍‌ ଖାନ୍‌’ରେ ଏକାଠି ଦଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେଭଗନ୍‌ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ।



from Odisha Reporter https://ift.tt/2vGjcwf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages