ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ। ସାଧାରଣ ଲୋକଙ୍କ ଭଲମନ୍ଦ ବୁଝିବା ସହ ନିୟମ ଖିଲାପକାରୀଙ୍କ ଉପରେ ବର୍ଷିଥିଲେ। ଜରିମାନା ବି କରିଥିଲେ। ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ବ୍ୟବସାୟୀଙ୍କ ଉପରେ ବର୍ଷିଥିଲେ।

ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଶେଷ କରି ଚା’ ଓ ପରିବା ଦୋକାନ ବୁଲି ଦେଖିଥିଲେ। ଏହାବ୍ୟତୀତ ପଲିଥିନ ବ୍ୟବହାର କରୁଥିବା ଓ ରାସ୍ତା ଉପରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କୁ ତାଗିଦ କରିଥିଲେ ।  ଏପରିକି ପଲିଥିନ ବ୍ୟବହାର କରୁଥିବା ୫  ଦୋକାନୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପକାଇଥିଲେ ।

ଜିଲ୍ଲାପାଳ  ପରିବା ମାର୍କେଟ, ବସଷ୍ଟାଣ୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକ ମଦ ଦୋକାନ ବାହାରେ ପ୍ଲାଷ୍ଟିକ ଗ୍ଲାସ ପଡିଥିବା ଦେଖି ଉକ୍ତ ଦୋକାନୀଙ୍କଠାରୁ  ଜରିମାନା ଆଦାୟ କରିଥିଲେ। ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ଆବର୍ଜନା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ତାଗିଦ କରିଥିଲେ। କିଛି ଦିନ ତଳେ ବ୍ରହ୍ମପୁର ସହରରେ ରାତିରେ ବୁଲି ଲୋକଙ୍କୁ ଆବର୍ଜନା ବାହାରେ ନ ପକାଇବା ପାଇଁ କହି ଜରିମାନା ଆଦାୟ କରିଥିଲେ।



from Odisha Reporter https://ift.tt/2vncfQC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages