ବାରିସ ପଠାନଙ୍କ ମୁହଁ ବନ୍ଦ କଲେ ଅସାଦୁଦ୍ଦିନ ଓୱେସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ବାରିସ ପଠାନଙ୍କ ମୁହଁ ବନ୍ଦ କଲେ ଅସାଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ଏଆଇଏମଆଇଏମ ନେତା ବାରିସ ପଠାନଙ୍କ ୧୫ କୋଟି ମୁସଲମାନ ବନାମ ବାକି ୧୦୦ କୋଟି ମନ୍ତବ୍ୟକୁ ନେଇ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାରିସ ପଠାନଙ୍କ ମନ୍ତବ୍ୟକୁ ନେଇ ହାଇଦ୍ରାବାଦ ସାଂସଦ ଓଓ୍ୱେସୀ ତଥା ଦଳ ସୋଶାଲ ମିଡିଆ ଏବଂ ମିଡିଆରେ ସମାଲୋଚନାର ଶିକାର ହୋଇଥିଲା। ଏହାପରେ ବାରିସ ପଠାନ ମିଡିଆରେ କିମ୍ୱା ସାର୍ବଜନୀନ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଗାମୀ ନିର୍ଦ୍ଦେଶ ଯାଏ ବାରିସଙ୍କ ବିରୋଧରେ ଏହି ଅଙ୍କୁଶ ଲଗାଯାଇଛି ବୋଲି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଗୁରୁବାର କର୍ଣ୍ଣାଟକର ଗୁଲବର୍ଗାରେ ଜନସଭା ହୋଇଥିଲା। ଏହି ସମୟରେ ବାରିସ ପଠାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆମେ ୧୫ କୋଟି ହିଁ ୧୦୦ କୋଟି ଲୋକଙ୍କ ଉପରେ ଭାରି ପଡ଼ିବୁ। ବାରିସ ପଠାନ ଏହି ମନ୍ତବ୍ୟ ଦେବା ବେଳେ ଓଓ୍ୱେସୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଯଦିଓ ଓଓ୍ୱେସୀ ହଠାତ୍ କିଛି ମନ୍ତବ୍ୟ ଦେଇନଥିଲେ ହେଲେ ପରେ ବାରିସଙ୍କ ଏହି ମନ୍ତବ୍ୟକୁ ଓଓ୍ନେସୀ ନିନ୍ଦା କରିଥିଲେ। ହେଲେ ବାରିସ କ୍ଷମା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ। ପଠାନ ଏଆଇଏମଆଇଏମର ମୁଖପାତ୍ର। ମହାରାଷ୍ଟ୍ରର ଏହି ନେତା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଛନ୍ତି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ବାରିସ ପଠାନଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଏଭଳି ବିବାଦୀୟ ମନ୍ତବ୍ୟ ଦେବା ବେଳେ ତାଙ୍କୁ ଗିରଫ କରିବାର ଥିଲା ବୋଲି ତେଜସ୍ୱୀ କହିଛନ୍ତି। ଏହାସହିତ ଏଆଇଏମଆଇଏମକୁ ବିଜେପିର ବି ଟିମ୍ ବୋଲି ତେଜସ୍ୱୀ କହିଛନ୍ତି।



from Odisha Reporter https://ift.tt/37MYwAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages