ପାହାଡ଼ରୁ ଖସିଲା ପଥର, ୧୫ ଶ୍ରଦ୍ଧାଳୁ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ପାହାଡ଼ରୁ ଖସିଲା ପଥର, ୧୫ ଶ୍ରଦ୍ଧାଳୁ ଆହତ

ରାଉରକେଲା/ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ଜଟିଆ ପାହାଡ଼ରେ ଘଟିଛି ଅଘଟଣ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଲୋକେ ସେଠାକୁ ଯା’ଆସ କରୁଥିବା ବେଳେ ପାହାଡ଼ରୁ ପଥର ଖସିବାରୁ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି।

ପଥର ଖସିଥିବାର ସ୍ଥାନରେ ଆଉ କିଛି ଲୋକ ଫସି ରହିଥିବା ସୂଚନା ମିଳିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି। ଏହା ସହିତ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ସୂଚନା ରହିଛି।

ଅଧିକ ସୁଚନାକୁ ଅପେକ୍ଷା କରାଯାଇଛି।

 



from Odisha Reporter https://ift.tt/2wAtwGE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages