ଦୀପରୁ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ଦୀପରୁ ଲାଗିଗଲା ନିଆଁ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଦେଓଗାଁ କୂଶଳେଶ୍ୱର ଶିବ ମନ୍ଦିରରେ ଏକ ଅଘଟଣ ଘଟିଛି। ଜଣେ ମହିଳାଙ୍କ ଶାଢ଼ିରେ ଦୀପରୁ ନିଆଁ ଲାଗି ଯିବାରୁ ସେ ପୋଡ଼ି ଯାଇଛନ୍ତି। ତାଙ୍କ ନାଁ କମଳିନୀ ବାରିକ। ତାଙ୍କ ଘର ଦେଓଗାଁରେ।

ଆଜି ମହାଶିବରାତ୍ରୀ ଥିବାରୁ କମଳିନୀ ତାଙ୍କ ପରିବାର ଲୋକଙ୍କ ସହ କୂଶଳେଶ୍ୱର ଶିବ ମନ୍ଦିରକୁ ଆସିଥିଲେ। ହେଲେ ସେଠାରେ ଦୀପ ଲଗାଇ ମୁଣ୍ଡିଆ ମାରିବା ସମୟରେ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲେ। ସେ ମୁଣ୍ଡିଆ ମାରୁଥିବା ବେଳେ ତାଙ୍କ ପଛପଟେ ଜଣେ ଯୁବତୀ ଦୀପ ଜାଳୁଥିଲେ। ଆଉ ସେହି ଦୀପର ନିଆଁ କମଳିନୀଙ୍କ ଶାଢ଼ିରେ ଲାଗି ଯାଇଥିଲା ବୋଲି ଜଣାପଡ଼ିଛି । ଶାଢ଼ିରେ ନିଆଁ ଲାଗିଯିବାରୁ ତାଙ୍କ ହାତ ଓ ଅଣ୍ଟା  ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।



from Odisha Reporter https://ift.tt/32ix5gj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages