ବୁହାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅନୁମତି ଦେଉନି ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ବୁହାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅନୁମତି ଦେଉନି ଚାଇନା

ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଥିବା ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍‌କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନାହିଁ ଚୀନ୍ ।

ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି ଭାରତ ପକ୍ଷରୁ ରିଲିଫ୍ ସାମଗ୍ରୀକୁ ମଧ୍ୟ ଗ୍ରହଣ କରୁନାହିଁ ଚୀନ୍। ସରକାର ଚୀନ୍‌ରେ କରୋନା କାୟା ବିସ୍ତାର କରି କାଳ ସାଜିଥିବା ବେଳେ ୨ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭୦ ହଜାରରୁ ଅଧିକ ଲୋକ ଏବେ ବି ଆକ୍ରାନ୍ତ ଅଛନ୍ତି । ଏସବୁ ମଧ୍ୟରେ ଭାରତର ସହଯୋଗକୁ ଚୀନ୍ ଅଗ୍ରାହ୍ୟ କରି ଦେଇଛି।

ଏଠି କହିରଖିବୁ, ୧୭ ଫେବ୍ରୁଆରୀରେ ଭାରତ ସରକାର ଘୋଷଣା କରିଥିଲେ, ଭାରତୀୟ ବାୟୁସେନାର ସବୁଠାରୁ ବଡ ବିମାକ C-17 ଗ୍ଲୋବ ମାଷ୍ଟର ଔଷଧ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ନେଇ ବୁହାନ ଅଭିମୁଖେ ଯାତ୍ରା କରିବ। ରିଲିଫ ସାମଗ୍ରୀ ସେଠାରେ ପହଞ୍ଚାଇବା ପରେ ଚୀନରେ ଫସି ରହିଥିବା ଶେଷ ଭାରତୀୟ ସେହି ବିମାନରେ ‍ପ୍ରତ୍ୟାବର୍ତ୍ତନ କରିବେ। ଅନେକ ଭାରତୀୟ ବୁହାନ ସହରରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।  ହେଲେ ଚୀନ ସରକାର ବିମାନ ଅବତରଣ ପାଇଁ ଅନୁମତି ଦେଉ ନ ଥିବାରୁ ଚୀନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ। ଚୀନ ସରକାର ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଚୀନ କହିଛି, ବିଳମ୍ବ କରାଯାଉ ନାହିଁ। ବରଂ କୌଣସି ସ୍ପଷ୍ଟ କାରଣ ଦିଆଯାଇ ପାରୁ ନ ଥିବାରୁ ମଞ୍ଜୁରୀ ମିଳି ପାରୁନି।

ସୂଚନାଥାଉ କି, ଏହା ପୂର୍ବରୁ ଫେବ୍ରୁଆରୀ ଏୟାର ଇଣ୍ଡିଆର ଦୁଇ ବିଶେଷ ବିମାନ ବୁହାନ ଯାଇଥିଲା ଏବଂ ସେଠାରେ ଫସି ରହିଥିବା ୬୪୭ ଜଣଙ୍କୁ ଉଦ୍ଧାର କରି ଆଣିଥିଲା। ଏମାନଙ୍କ ମଧ୍ୟରେ ୭ ଜଣ ମାଲଦୀପ ନାଗରିକ ମଧ୍ୟ ଥିଲେ।



from Odisha Reporter https://ift.tt/2Vf3LG6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages