ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ରାଉରକେଲା ଆରଟିଓ କାର୍ଯ୍ୟାଳୟ ଭିତରରେ ପାନ ଗୁଟଖା ଖାଇବାକୁ ବାରଣ କରାଯାଇଛି। ଆରଟିଓ କର୍ମଚାରୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି। ଏଣିକି ପାନ କିମ୍ୱା ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ତଣ୍ଡ ଗଣିବାକୁ ପଡ଼ିବ।
ଏହି ନିୟମ ଲାଗୁ ହେବା ପୂର୍ବରୁ ଗତକାଲି ଜଣେ ବ୍ୟକ୍ତି ଆରଟିଓ କାର୍ଯ୍ୟାଳୟ ପରିସରରେ ପାନ ଖାଇ ଛେପ ପକାଇବାରୁ ୫୦୦ ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କଠାରୁ ରେଡକ୍ରସ୍ ନାମରେ ରସିଦ୍ କଟାଯାଇଛି। ଆରଟିଓ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ଏକ ପଦକ୍ଷପ ନିଆଯାଇଥିବା ଆରଟିଓ କହିଛନ୍ତି।
ପାନ ଛେପ ପକାଉଥିବା ଲୋକକୁ ସିସିଟିଭିରେ ଚିହ୍ନଟ କରାଯାଇ ଜରିମାନା ନିଆଯିବ। ଏପରିକି କାର୍ଯ୍ୟାଳୟ ନିକଟରେ ପାନ ଗୁଟଖା ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଉରକେଲା ପରିବହନ ଅଧିକାରୀ କହିଛନ୍ତି।
from Odisha Reporter https://ift.tt/385JyFq
No comments:
Post a Comment