ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ୍‌ !

ମୁମ୍ୱାଇ : ଗତ ଶୁକ୍ରବାର ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ଜ୍ୟାଦା ସାବଧାନ’ ରିଲିଜ୍ ହୋଇଥିବା ବେଳେ ୟା ଭିତରେ ସେ ଆଉ ଏକ ଫିଲ୍ମ ସାଇନ୍ କରିସାରିଛନ୍ତି ବୋଲି ଜଣାପଡ଼ିଛି। ‘ଜଙ୍ଗଲୀ ପିକ୍‌ଚର୍ସ’ ସହିତ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ସାଇନ୍ କରିଥିବା ବେଳେ ଏଥିରେ ତାଙ୍କୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଏହା ଏକ କମେଡି ଫିଲ୍ମ ହେବ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଲାୟା ଫର୍ନିଚରୱାଲା, ଯିଏ ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ତାଙ୍କ ପ୍ରଥମ ଫିଲ୍ମ ‘ଜବାନୀ ଜାନେମନ୍‌’ ରିଲିଜ୍ ହୋଇଥିଲେ। ଏଥିରେ ସେ ସୈଫ୍ ଅଲୀ ଖାନ୍ ଓ ତବୁଙ୍କ ସହିତ ସ୍କ୍ରିନ୍ ଶେଆର କରିଥିଲେ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମଫେୟାର ଆୱାର୍ଡ ସହିତ ଅନେକ ପୁରସ୍କାର ଜିତିଥିବା ଆୟୁଷ୍ମାନ ଖୁରାନା ଲଗାତାର ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ତାଙ୍କ ଫିଲ୍ମର କାହାଣୀ ସର୍ବଦା ଟିକେ ହଟ୍‌କେ ଥାଏ। ତାଙ୍କ ଚରିତ୍ର ଗୁଡ଼ିକୁ ମଧ୍ୟ ଲୋକେ ପସନ୍ଦ କରନ୍ତି। ତେଣୁ ଆଗାମୀ ଫିଲ୍ମରେ ମଧ୍ୟ ସେ କମାଲ କରିବେ ବୋଲି ଆଶା କରାଯାଉଛି।

ଜଙ୍ଗଲୀ ପିକ୍‌ଚର୍ସ ସହିତ ତୃତୀୟ ଥର ପାଇଁ ଆୟୁଷ୍ମାନ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ଏହା ପୂର୍ବରୁ ଜଙ୍ଗଲୀ ପିକଚର୍ସର ଫିଲ୍ମ ‘ବରେଲୀ କି ବର୍ଫି’(୨୦୧୭) ଓ ‘ବଧାଇ ହୋ’ (୨୦୧୮)ରେ ସେ କାମ କରିଥିଲେ। ଏ ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

 



from Odisha Reporter https://ift.tt/3cbVMQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages