ସଂଶୋଧିତ ଏସସି/ଏସଟି ଆଇନ ବିରୋଧରେ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ସଂଶୋଧିତ ଏସସି/ଏସଟି ଆଇନ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହାଦ୍ୱାରା କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିବା ସଂଶୋଧିତ ଆଇନ କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବୀନୀଶ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ୨-୧ରେ ଶୁଣାଇଛନ୍ତି।

ଏବେ ଏସସି/ଏସଟି ଆଇନ ଆଧାରରେ ଯେଉଁ ବ୍ୟକ୍ତି ବିରୋଧରେ ଅଭିଯୋଗ ଆସିବ ସିଏ ଶୀଘ୍ର ଗିରଫ ହେବେ। ତାଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ। ୨୦୧୮ରେ ମୋଦି ସରକାର ଏସସି/ଏସଟି ଆଇନରେ ଏହି ନିୟମ କରିଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।



from Odisha Reporter https://ift.tt/39ny7Kw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages