ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଗାଁ ଶିବ ମନ୍ଦିର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଏକଡ଼ାଳ ଗାଁର କାଳିଆ ବେହେରା।
ସୂଚନା ଅନୁଯାୟୀ, ଆଜି ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। କାଳିଆଙ୍କ ମୃତଦେହ ମନ୍ଦିର ଲାଗିଥିବା ଘଣ୍ଟିରେ ଝୁଲୁଥିଲା। ଏନେଇ ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2H8E69N
No comments:
Post a Comment