ନଳକୂପ ବଞ୍ଚେଇ ଥିଲା ଅଭିଜିତ୍‌ଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ନଳକୂପ ବଞ୍ଚେଇ ଥିଲା ଅଭିଜିତ୍‌ଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କୁ ସହଜରେ ସଫଳତା ମିଳେ ନାହିଁ। ସେଥିପାଇଁ କଠିନ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼େ। ବିଭିନ୍ନ କ୍ଷେତ୍ରରେ ଏହା ଦେଖାଯାଏ। ଫିଲ୍ମ କ୍ଷେତ୍ରରେ ମଧ୍ୟ ଏହାର ଅନେକ ନଜିର ରହିଛି। ସେ ବଲିଉଡ୍‌ ହେଉ କି ଓଲିଉଡ୍‌ ଅନେକ ସଫଳ କଳାକାର, ଲେଖକ, ନିର୍ଦ୍ଦେଶକ, ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍‌ଦାରଙ୍କ ନାଁ ବି ରହିଛି। ଦିନ ଥିଲା ସେ କାମ ପାଇଁ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖରେ ନେହୁରା ହେଉଥିଲେ। ଥରେ ତାଙ୍କୁ ତାଙ୍କ ଦକ୍ଷତା ଦେଖାଇବାର ସୁଯୋଗ ଦେବାକୁ ବିନତି କରୁଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣୁ ନଥିଲେ।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର’ରେ ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ ଅଭିଜିତ୍‌ କହିଛନ୍ତି ଯେ ଥରେ ତାଙ୍କୁ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଡାକିଥିଲେ। ସେତେବେଳେ ତାଙ୍କ ପାଖରେ କିଛି କାମ ନଥିଲା। ତେଣୁ ସେ ଉକ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଯାଇ ଭେଟିବାକୁ ସ୍ଥିର କଲେ। ସେତେବେଳେ ଅଂଶୁଘାତରେ ଲୋକଙ୍କ ପ୍ରାଣ ଚାଲିଯାଉଥିଲା। ତଥାପି ସେ ଘରୁ ବାହାରିଲେ। ଅପରାହ୍ଣ ପ୍ରାୟ ୨ଟା ବେଳକୁ ଉକ୍ତ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ ଦେଖା କରିବାକୁ କହିଥିଲେ। ତେଣୁ ସେ ମୁଣ୍ଡରେ ଓଦା ଗାମୁଛା ପକାଇ ସାଇକେଲ୍ ଚଢ଼ି ତାଙ୍କ ପାଖକୁ ଯାଇଥିଲେ।  ନିର୍ଦ୍ଦେଶକଙ୍କ ଘରେ ପହଞ୍ଚି ସେ କବାଟ ବାଡ଼େଇ ଥିଲେ। ନିର୍ଦ୍ଦେଶକ ମହାଶୟ କବାଟ ଖୋଲିବା ପରେ ତାଙ୍କୁ ନା ନା କଥା ଶୁଣାଇଥିଲେ। ତା’ସହିତ ଖରା ହେଉଥିବାରୁ ପରେ ଆସିବା ପାଇଁ କହିଥିଲେ। ଏହା ଶୁଣିବା ପରେ ତାଙ୍କ ପାଖରେ କହିବା ପାଇଁ ଆଉ କିଛି ନଥିଲା। ସେ କେବଳ ଭାବୁଥିଲେ ପ୍ରଚଣ୍ଡ ଖରାରେ ଘରକୁ କେମିତି ଫେରିବେ।

ଅଭିଜିତ୍ କହିଛନ୍ତି ଯେ ସେହି ସଙ୍ଗୀତ ନିର୍ଦ୍ଦେଶକଙ୍କ ଘର ପାଖରେ ଥିବା ଏକ ନଳକୂପକୁ ଯାଇ ସେ ପ୍ରଥମେ ପାଣି ପିଇଥିଲେ ଓ ଗାମୁଛାକୁ ପୁଣି ଥରେ ଓଦା କରି ମୁଣ୍ଡରେ ପକାଇଥିଲେ। ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ସେ ସେଠି ଅପେକ୍ଷା କରି ରହିଥିଲେ। ଖରା ପୂରା କମିଯିବା ପରେ ସେ ପୁଣି ଥରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଘରର କବାଟ ବାଡ଼େଇଥିଲେ। ଏଥର ନିର୍ଦ୍ଦେଶକ ତାଙ୍କୁ ଭେଟିଥିଲେ ଓ ଏକ ଭଜନ କ୍ୟାସେଟ୍‌ ଦେଇଥିଲେ।

 

 



from Odisha Reporter https://ift.tt/3bsh6jS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages