ଭାରତର ହୃଦୟରେ ମୁସଲମାନ: ରାଜନାଥ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ଭାରତର ହୃଦୟରେ ମୁସଲମାନ: ରାଜନାଥ ସିଂହ

ନୂଆଦିଲ୍ଲୀ: ‘ଭାରତର ହୃଦୟରେ ମୁସଲମାନ ରହିଛନ୍ତି। ବିଜେପିର ବିଚାରଧାରା ଅଳ୍ପସଂଖ୍ୟକ ବିରୋଧୀ ନୁହେଁ। ତେଣୁ ସାମ୍ପ୍ରଦାୟିକ ରାଜନୀତି ହେବାର ପ୍ରଶ୍ନ ଉଠୁନି’। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ଏଭଳି ମତ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶନିବାର ଏହି ସାକ୍ଷାତକାର ଦେଇ ମୋଦି ସରକାର ଅଳ୍ପ ସଂଖ୍ୟକ ବିରୋଧୀ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ମରେଠ ଏବଂ ମେଙ୍ଗାଲୁରୁ ରାଲିରେ ଦେଇଥିବା ମନ୍ତବ୍ୟକୁ ଉଦ୍ଧାର କରି ରାଜନାଥ ସିଂହ କହିଛନ୍ତି, ‘ମୁସଲମାନ ଭାରତର ନାଗରିକ। ସେମାନେ ଆମର ଭାଇ। ଭାରତର ହୃଦୟରେ ରହିଛନ୍ତି ମୁସଲମାନ’।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଛନ୍ତି, ମୋଦି ସରକାର ଆରମ୍ଭରୁ ମସଲମାନ ନାଗରିକଙ୍କ ଭିତରେ ଥିବା ଭୟକୁ ହଟାଇ ଆତ୍ମବିଶ୍ୱାସ ଜାଗୃତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ କିଛି ଶକ୍ତି ଓ ସଂଗଠନ ରହିଛନ୍ତି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟକୁ ଭ୍ରମିତ କରିବାକୁ ଯାଇ ଏଭଳି ମିଛ ପ୍ରଚାର କରୁଛନ୍ତି ସରକାର ବିରୋଧରେ। ବିଜେପି କୌଣସି ସ୍ଥିତିରେ ଅଳ୍ପସଂଖ୍ୟକଙ୍କ ବିରୋଧରେ କାମ କରେ ନାହିଁ। ନରେନ୍ଦ୍ର ମୋଦି ପ୍ରଥମରୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇଛନ୍ତି। ତେଣୁ ଜାତି, ଧର୍ମ ଏବଂ ରଙ୍ଗ ଆଧାରରେ ଭେଦଭାବ ହେବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ସମ୍ପ୍ରଦାୟକକୁ ନେଇ କିଛି ଗୋଷ୍ଠୀ ରାଜନୀତି କରୁଛନ୍ତି। କିଛି ସଂଗଠନ ଓ ଶକ୍ତି କେବଳ ଭୋଟ ବ୍ୟାଙ୍କ ବାବଦରେ ଚିନ୍ତା କରୁଛନ୍ତି। ରାଜନୀତି ଭୋଟ ବ୍ୟାଙ୍କ ପାଇଁ ନୁହେଁ, ବରଂ ଦେଶ ନିର୍ମାଣ ପାଇଁ ବୋଲି କହିଛନ୍ତି ରାଜନାଥ ସିଂହ। ଯେଉଁମାନେ ହିନ୍ଦୁତ୍ୱ ବିଚାରଧାରାକୁ ବିଶ୍ୱାସ କରୁଛନ୍ତି ସେମାନେ ମଧ୍ୟ ନିଜ ନିଜ ମଧ୍ୟରେ ଭେଦଭାବ କରିପାରିବେ ନାହିଁ ବୋଲି ସେ ଏହି ଅବସରରେ କହିଛନ୍ତି।

ଜମ୍ମୁ କଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ରହିଛନ୍ତି। ସେମାନେ ଖୁବଶୀଘ୍ର ମୁକୁଳିବେ ବୋଲି ଆଶା ରଖିଛନ୍ତି। ଏହାପରେ ଜମ୍ମୁ କଶ୍ନୀରର ବିକାଶରେ ସହଯୋଗର ହାତ ବଢ଼ାଇବେ ବୋଲି ରାଜନାଥ କହିଛନ୍ତି।



from Odisha Reporter https://ift.tt/2VaAb4F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages