ଚକ୍ରଧରର କୁଚକ୍ରରେ ପଡ଼ିଗଲେ ଯୁବତୀ; ବାହାଘର କଥା ଉଠାଇବାରୁ ଘଟାଇଦେଲେ ଏମିତି କାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଚକ୍ରଧରର କୁଚକ୍ରରେ ପଡ଼ିଗଲେ ଯୁବତୀ; ବାହାଘର କଥା ଉଠାଇବାରୁ ଘଟାଇଦେଲେ ଏମିତି କାଣ୍ଡ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ଜଣେ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ତାଙ୍କୁ ତାଙ୍କ ପ୍ରେମିକ ତାଲା ପକାଇ ଫେରାର ହୋଇଯାଇଥିଲା ବୋଲି ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ବଳରାମପ୍ରସାଦ ଗାଁର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପିଅନ ଭାବେ କାମ କରୁଥିବା ଚକ୍ରଧର ମହାପାତ୍ରଙ୍କୁ ଭଲ ପାଉଥିଲେ। ୧୦ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏମିତିକି ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା। ହେଲେ ଚକ୍ରଧର ତାଙ୍କ  ବିବାହ ନକରି ଅନ୍ୟତ୍ର ବିବାହ କରିବାକୁ ମନସ୍ଥ କରିଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସେ ନିଜର ଅସନ୍ତୋଷ ବି ଜାହିର କରିଥିଲେ।

ଗତକାଲି ଚକ୍ରଧର ଯୁବତୀ ଜଣଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଡାକିଥିଲେ। ଯୁବତୀ ଜଣଙ୍କ ସକାଳ ୮ଟାରେ ସେଠାରେ ପହଞ୍ଚିଥିଲେ ଏବଂ ଚକ୍ରଧରଙ୍କର ଅନ୍ୟତ୍ର ନିର୍ବନ୍ଧ  ହୋଇଥିବା କଥା ପଚାରିଥିଲେ। ହେଲେ ଚକ୍ରଧର ସେ ସବୁ ମିଛକଥା ବୋଲି କହିଥିଲେ। ଏହାସହ ୫ଲକ୍ଷ ଟଙ୍କା ଯୌତୁକ ଦେଲେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଯୁବତୀ ଜଣଙ୍କ କହିଥିଲେ। ଏହାପରେ ଚକ୍ରଧର ଉତ୍‌କ୍ଷିପ୍ତ ହୋଇ ତାଙ୍କ ହାତଗୋଡ଼ ବାନ୍ଧି ମୁହଁରେ କପଡ଼ା ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ତାଙ୍କୁ ମାଡ଼ ମାରି ଘଟଣା ବିଷୟରେ କାହାକୁ ନ କହିବାକୁ ଧମକ ଦେଇଥିଲେ ଓ ସେହି ରାଜୀବ ଗାନ୍ଧୀସେବା କେନ୍ଦ୍ର ଭିତରେ ରଖି ବାହାରୁ ତାଲା ପକାଇ ପଳାଇ ଦେଇଥିଲେ। ସନ୍ଧ୍ୟାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଥିବା ପଡ଼ିଆରେ କିଛି ଯୁବକ ଫୁଟ୍‌ବଲ୍‌ ଖେଳୁଥିବା ଯୁବତୀ ଜଣଙ୍କ ଦେଖିଥିଲେ ଓ ସାହାଯ୍ୟ ପାଇଁ ଡାକିଥିଲେ। ସେମାନଙ୍କଠାରୁ ଖବର ପାଇ ପୁଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା।

ଯୁବତୀ ଜଣଙ୍କ ନାଲକୋ ଥାନାରେ ଏ ଘଟଣା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଫେରାର ଅଛନ୍ତି। ଯୁବତୀଙ୍କ ଏତଲା ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2u2vTRN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages