୩ ଫେବ୍ରୁଆରୀ, ସୋମବାର: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

୩ ଫେବ୍ରୁଆରୀ, ସୋମବାର: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ:  ବାଦ-ବିବାଦରେ ପଡ଼ିପାରନ୍ତି। ମନ ଭଲ ରହିବ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବିଫଳ ହୋଇପାରନ୍ତି।

ବୃଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ନୂଆ ବନ୍ଧୁ ମିଳିପାରନ୍ତି। ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ଆୟ ଅନୁସାରେ ବ୍ୟୟ ବଢ଼ିବ। ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। କୌଣସି ଶୁଭ ଖବର ଶୁଣିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାହା ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ପଦୋନ୍ନତିର ଯୋଗ ରହିଛି।

ବିଛା: ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବେ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ। ସନ୍ତାନଙ୍କ ସହ ମତଭେଦ ହୋଇପାରେ।

ଧନୁ: ଆଜି ଟିକେ ସତର୍କ ରୁହନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ମକର: ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ଦେଖାଯାଇପାରେ।

କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଅପରାହ୍ଣ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

ମୀନ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂତନ ପୋଷାକ କିଣି ପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।



from Odisha Reporter https://ift.tt/37RKjCX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages