ନୂଆଦିଲ୍ଲୀ: ଶାହୀନ ବାଗରେ ରବିବାର ସକାଳେ ଜୋରଦାର ହଙ୍ଗାମା ହୋଇଛି। ଏବେ ଆନ୍ଦୋଳନକାରୀଙ୍କୁ ହଟାଇ ରାସ୍ତା ଫାଙ୍କା କରିବା ପାଇଁ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ମୋଦି ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନଆରସିକୁ ବିରୋଧ କରି ଦୀର୍ଘ ୫୦ ଦିନ ହେବ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ ବେଳେ ରାସ୍ତା ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକମାନେ ଯିବା ଆସିବାରେ ହଇରାଣ ହେଉଛନ୍ତି। ତେଣୁ ଆନ୍ଦୋଳନକାରୀଙ୍କୁ ହଟାଇ ରାସ୍ତା ଖାଲି କରିବାକୁ ଯାଇ ସ୍ଥାନୀୟ ଲୋକମାନେ ଏଭଳି କରିଛନ୍ତି।
ଆନ୍ଦୋଳନକାରୀ ନିଜକୁ ସ୍ଥାନୀୟ ଲୋକ ବୋଲି କହୁଛନ୍ତି। ହେଲେ ବଜରଙ୍ଗ ଆଖଡା ସମିତି, ଗୋ ରକ୍ଷା, ବଜରଙ୍ଗ ଦଳ ସହ ସାମିଲ୍ ରହିଛନ୍ତି। ଏବେ ସମସ୍ତେ ରାସ୍ତା ଖାଲି କରିବାକୁ ଦାବି କରି ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନକୁ ସେମାନେ ବିରୋଧ କରୁନାହାନ୍ତି ହେଲେ ଆନ୍ଦୋଳନକୁ ଏହି ସ୍ଥାନରେ ଖାଲି କରିବାକୁ ସେମାନେ ନିବେଦନ କରୁଛନ୍ତି। ଏହି ଆନ୍ଦୋଳନ କିନ୍ତୁ ସିଏଏ ବିରୋଧୀ ଆନ୍ଦୋଳନ ଠାରୁ ୩୦୦ ମିଟର ଦୂରରେ ହେଉଛି ବୋଲି ଜଣାପଡ଼ିଛି।
from Odisha Reporter https://ift.tt/31j2uii
No comments:
Post a Comment