ରାହୁଲଙ୍କ ଶତକ, ନ୍ୟୁଜିଲ୍ୟାଣ୍ଡକୁ ୨୯୭ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ରାହୁଲଙ୍କ ଶତକ, ନ୍ୟୁଜିଲ୍ୟାଣ୍ଡକୁ ୨୯୭ ରନ୍‌ର ଟାର୍ଗେଟ

ମାଉଣ୍ଟ ମାଙ୍ଗନୁଇ: ସିରିଜ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆଜି ତୃତୀୟ ଦିନକିଆରେ ସମ୍ମାନ ପାଇଁ ଲଢ଼େଇ କରୁଛି। ଏହି ମ୍ୟାଚ୍‌ରେ କେଏଲ ରାହୁଲଙ୍କ ଦମଦାର ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭର ୭ ୱିକେଟ ହରାଇ ୨୯୬ ରନ୍‌ କରିଛି। ଫଳରେ ସିରିଜ୍‌ ମୂଳପୋଛ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୯୭ ରନ୍‌ର ଟାର୍ଗେଟ ମିଳିଛି। ରାହୁଲଙ୍କ ବ୍ୟତୀତ ଶ୍ରେୟସ ଆୟର ୬୨, ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମନୀଷ ପାଣ୍ଡେ ୪୨ ଓ ପୃଥ୍ୱୀ ଶ’ ୪୦ ରନ୍‌ର ଇନିଂସ ଖେଳିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପୁଣିଥରେ ଆରମ୍ଭରୁ ଝଟକା ପାଇଥିଲା। ଓପନର ମୟଙ୍କ ଅଗ୍ରୱାଲ ମାତ୍ର ୩ ରନ୍‌ କରି କାୟଲ ଜେମିସନଙ୍କ ବଲରେ ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି(୯) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ଯୁବ ଖେଳାଳି ପୃଥ୍ୱୀ ଶ’ ଭଲ ଶଟ ଖେଳୁଥିଲେ ହେଁ ତାଳମେଳ ଅଭାବ ଯୋଗୁ ରନ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

ତେବେ ୪ର୍ଥ ୱିକେଟ ପାଇଁ ଶ୍ରେୟସ ଓ ରାହୁଲ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୧୦୦ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୧୬୨ ଥିବା ବେଳେ ଶ୍ରେୟସ ବ୍ୟକ୍ତିଗତ ୬୨ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମନୀଷ ପାଣ୍ଡେଙ୍କୁ ସାଥୀ କରି ରାହୁଲ ଦଳୀୟ ସ୍କୋରକୁ ୨୫୦ ପାର କରାଇଥିଲେ। ଏଥିସହ ନିଜର ଶତକ ହାସଲ କରିଥିଲେ।

୯ ଚୌକା ଓ ୨ଟି ଚୌକା ସହାୟତାରେ ୧୧୨ ରନ୍‌ କରିଥିବା ରାହୁଲ ଶେଷରେ ହାମିଶ ବେନେଟଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାର ପରବର୍ତ୍ତୀ ବଲରେ ମନୀଷ ପାଣ୍ଡେ ମଧ୍ୟ ବେନେଟଙ୍କ ବଲରେ ଆଉଟ ହୋଇଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା(୮) ଓ ନଭଦୀପ ସୈନି(୮) ରନ୍‌ କରିବାରୁ ଭାରତ ୨୯୬ ରନ୍‌ କରିବାକୁ ସକ୍ଷମ ହୋଇଛି।



from Odisha Reporter https://ift.tt/2viXuOT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages