ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର କିଛି ମନ୍ତ୍ରୀ ବେଶ୍ ଚଳଚଞ୍ଚଳ ଅଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଯୋଡ଼ି ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ସ୍କୁଲ ଯାଇ ପିଲାମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି।
ଗତକାଲି ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଥିଲେ। ପାଠ ପଢ଼ାଇବା ସହିତ ସେ ପିଲାଙ୍କ ସହିତ ଭାବବିନମୟ ମଧ୍ୟ କରିଥିଲେ। ଏତ ସହିତ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ଏଥିପାଇଁ ସେ ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ। ଆଉ ଏହା ଚର୍ଚ୍ଚାର ବିଷୟ ପାଲିଟିଛି।
ସୂଚନାଯୋଗ୍ୟ, ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ଗଣିତ ପଢ଼ାଇଥିଲେ। ଏହାସହ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।
from Odisha Reporter https://ift.tt/2SCwNML
No comments:
Post a Comment