‘ବିଗ୍‌ ବସ୍‌’ରୁ ବାହାରି ଗଲେ କି ବିଶାଲ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

‘ବିଗ୍‌ ବସ୍‌’ରୁ ବାହାରି ଗଲେ କି ବିଶାଲ୍?

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଚାଲିଛି ଫାଇନାଲ୍‌ ପାଇଁ ଲଢ଼େଇ। ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ପାଇଁ ‘କନେକ୍ସନ୍‌’ ଭାବେ ଜଣେ ଲେଖାଏଁ ସଦସ୍ୟ ଘରକୁ ଏଣ୍ଟ୍ରି କରିଛନ୍ତି। ତେବେ ଫିନାଲେ ପୂର୍ବରୁ ‘ବିବି’ ଘରୁ ଆଉ ଜଣେ ସଦସ୍ୟ ବାହାରି ଯାଇଛନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ବିଶାଲ୍‌ ଆଦିତ୍ୟ ସିଂହ ବାହାରିଯାଇଛନ୍ତି।

View this post on Instagram

Follow @shehnaazgill011 for more updates .. Comment your views 👇 @imrashamidesai @shehnaazgill @shefalibaggaofficial @parasvchhabrra @artisingh5 @officialmahirasharma @asimriaz77.official @sidharth_shuklaa @devoleena @beingsalmankhan @ameeshapatel9 @arhaankhaan @welcometogauthamcity @shefalijariwala @iamhimanshikhurana @madhurimatuli @realhinakhan @karishmaktanna #biggboss13 #bb13onvoot #bb13 #salmankhan . #biggbossseason13 #colorstv #sidharthshukla #mahirasharma #artisingh #sidhartshukla #shehnaazkaurgill #shehnazgill #shehnaazgill #rashmidesai #asimriaz #shefalijariwala #himanshikhurana #shefalibagga #paraschhabra #biggbosstroll #biggbossmemes #hinakhan #weekendkavaar #bollywooddance #bollywoodsongs #khatronkekhiladi #sidnaaz #sidkisherni #Punjabdikatrina #asimanshi

A post shared by SHENAAZ 🌟 SIDHARTH (@shehnaazgill011) on

ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହେଉଥିବା ଏକ ପୋଷ୍ଟରେ ବିଶାଲ୍‌ ବିବି ହାଉସ୍ ବାହାରେ ଏକ କାର୍‌ରେ ବସି ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଅନୁମାନ କରାଯାଉଛି ଯେ ସେ ଶୋ’ରୁ ବାହାରିଯାଇଛନ୍ତି। ତେବେ ଏହି ଖବର କେତେ ସତ କେତେ ମିଛ, ତାହା କେବଳ ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ।

ବିଶାଲ୍‌ ‘ବିଗ୍‌ ବସ୍‌’ରେ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି କରିଥିଲେ। ଶୋ’ରେ ସେ ସିଦ୍ଧାର୍ଥ ଶୁକ୍ଳା, ପାରସ ଛାବ୍ରା ଓ ଅସୀମ ରିୟାଜ୍‌ଙ୍କ ସହ ଝଗଡ଼ା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ। ବିଶେଷ କରି ଶୋ’ରେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀଙ୍କ ସହ ତାଙ୍କ ଲଭ୍‌ହେଟ୍‌ ରିଲେସନ୍‌ସିପ୍‌ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହୁଥିଲେ।

ଜଣାଇଦେବାକୁ ଚାହୁଁ ଯେ ଏଥର ଶୋ’ରୁ ବାହାରିବା ପାଇଁ ୪ ଜଣ ନୋମିନେଟ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଶାଲ୍‌ ଆଦିତ୍ୟ ସିଂହ, ଆରତି ସିଂହ, ଶେହେନାଜ୍‌ ଗିଲ୍‌ ଓ ସିଦ୍ଧାର୍ଥ ଶୁକ୍ଳା ସାମିଲ୍‌ ଅଛନ୍ତି।



from Odisha Reporter https://ift.tt/2RN4zjj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages