କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ୍‌; ଏଯାଏଁ ଅନ୍ନା ହଜାରେଙ୍କୁ କରାଯାଇନି ନିମନ୍ତ୍ରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ୍‌; ଏଯାଏଁ ଅନ୍ନା ହଜାରେଙ୍କୁ କରାଯାଇନି ନିମନ୍ତ୍ରଣ

ପୁନେ: ଆସନ୍ତାକାଲି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ୍ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାଗେ ଶପଥ ନେବେ। ତେବେ ଏହି କାର୍ଯ୍ୟକ୍ରମ ପାଇଁ ଏଯାବତ୍ ଅନ୍ନା ହଜାରେଙ୍କୁ ନିମନ୍ତ୍ରଣ କରାଯାଇନାହିଁ।

ପ୍ରଥମ ପାଳିର ସରକାର ବେଳେ କେଜ୍ରିୱାଲ୍‌ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଅନ୍ନା ଆସି ନଥିଲେ। ସେ କେବଳ ତାଙ୍କ ଶୁଭକାମନା ପଠାଇ ଦେଇଥିଲେ। ସେ ସ୍ୱାସ୍ଥ୍ୟଜନିତ ସମସ୍ୟା ରହିଛି କହି ଏହି କାର୍ଯ୍ୟକ୍ରମକୁ ଆସି ନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହା ପରେ ମଧ୍ୟ ଅନେକ ଥର କେଜ୍ରିୱାଲ୍ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଅନ୍ନା କେବେ ପଫୋନ୍ ଉଠାଇ ନାହାନ୍ତି।

ଅନ୍ନାଙ୍କ ଜଣେ ଘନିଷ୍ଠ କହିଛନ୍ତି ଯେ ଏଯାଏଁ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଅବଶ୍ୟ ଏନେଇ କେଜ୍ରିୱାଲ୍‌ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଅନ୍ନା ହଜାରେ କେବଳ ହସି ଦେଇଥିଲେ। ସେ ଏ ବାବଦରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।



from Odisha Reporter https://ift.tt/2USUB1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages