‘ବିଗ୍‌ ବସ୍ ୧୩: ଫିନେଲେ ପୂର୍ବରୁ ଶୋ’ ଛାଡ଼ିଲେ ପାରସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

‘ବିଗ୍‌ ବସ୍ ୧୩: ଫିନେଲେ ପୂର୍ବରୁ ଶୋ’ ଛାଡ଼ିଲେ ପାରସ୍‌

ମୁମ୍ବାଇ: ୧୯ ସପ୍ତାହର ଲଢ଼େଇ ପରେ ଆଜି ‘ବିଗ୍‌ ବସ୍ ୧୩’ ଶେଷ ପର୍ଯାୟରେ ପହଞ୍ଚିଯାଇଛି। ଆଜି ଏହାର ଗ୍ରାଣ୍ଡ ଫିନାଲେ ଆଉ ଆଜି ହିଁ ଘୋଷଣା ହେବ ଶୋ’ର ବିଜେତାଙ୍କ ନାଁ। ତେବେ ଏଥର ବିଗ୍‌ ବସ୍‌ ୬ ଜଣଙ୍କୁ ଫାଇନାଲିଷ୍ଟ ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଆସୀମ ରିୟାଜ୍, ରଶ୍ମି ଦେଶାଇ, ଶେହେନାଜ୍ ଗିଲ୍, ପାରସ୍ ଛାବ୍ରା ଓ ଆରତି ସିଂହ। ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଫିନାଲେ ପୂର୍ବରୁ ପାରସ୍‌ ଶୋ’ ଛାଡ଼ିଦେଇଛନ୍ତି।

ସୂଚନା ଅନୁଯାୟୀ ପାରସ ୧୦ ଲକ୍ଷ ଟଙ୍କା ନେଇ ଘରୁ ବାହାରିଯାଇଛନ୍ତି। ସବୁ ସିଜିନ୍‌ ଭଳି ଏଥର ମଧ୍ୟ ବ୍ରିଫ୍‌କେସ୍‌ରେ ୧୦ ଲକ୍ଷ ଟଙ୍କା ରଖି ସମସ୍ତଙ୍କୁ ଏକ ମଉକା ଦେଇଥିଲେ ଯେ ଏହି ଟଙ୍କା ନେଇ ସେ ଶୋ’ ଛାଡ଼ିଦିଅନ୍ତୁ। ତେବେ କୁହାଯାଉଛି ଯେ ଏହି ଟାସ୍କରେ ପାରସ ବ୍ରିଫ୍‌କେସ୍‌ ଉଠାଇଛନ୍ତି ଓ ସେ ଏବେ ଫିନାଲେ ରେସ୍‌ରୁ ବାହାରିଯାଇଛନ୍ତି। ତେବେ ଏଥିସହ ଶୋ’କୁ ୫ ଜଣ ଫାଇନାଲିଷ୍ଟ ମିଳି ଯାଇଛନ୍ତି। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଅସୀମ୍‌ ଏହି ଟଙ୍କା ନେଇ ଶୋ’ ଛାଡ଼ିଦେଇଛନ୍ତି। ହେଲେ ବର୍ତ୍ତମାନ ଏହା ପାରସ କରିଛନ୍ତି ବୋଲି ଜଣାପଡ଼ିଛି। ଏସବୁ ଆପଣମାନେ ଆଜି ଗ୍ରାଣ୍ଡଫିନାଲେ ଏପିସୋଡରେ ଦେଖିପାରିବେ।

ବିବି ଘର ଭିତରେ ପାରସ ଛାବ୍ରାଙ୍କର ଧମାକେଦାର୍‌ ଏଣ୍ଟ୍ରି ହୋଇଥିଲା। ଆସିବା ଦିନ ସେ ନିଜକୁ ସଂସ୍କାରୀ ପ୍ଲେ-ବୟ କହି ଏଣ୍ଟ୍ରି କରିଥିଲେ। ଶୋ’ରେ ସେ ସମସ୍ତଙ୍କ ସହ ଭଲ ବନ୍ଧୁତା କରିଥିଲେ, ହେଲେ ତାଙ୍କର ସ୍ପେଶାଲ୍‌ ବଣ୍ଡିଂ ହୋଇଥିଲା ମାହିରା ଶର୍ମାଙ୍କ ସହ। ଦର୍ଶକଙ୍କୁ ଏମାନଙ୍କ ଯୋଡ଼ି ବେଶ୍ ପସନ୍ଦ ଆସିଥିଲା। ତାଙ୍କ ବ୍ୟତୀତ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମଧ୍ୟ ତାଙ୍କର ଭଲ ବଣ୍ଡିଂ ରହିଥିଲା। ପାରସ ସବୁବେଳେ ନିଜ ଗେମ୍‌କୁ ଚାଣକ୍ୟ ଭଳି ଖେଳୁଥିଲେ। ଭିନ୍ନ ଭିନ୍ନ  ପ୍ଲାନ୍‌ ବନାଇ ସମସ୍ତଙ୍କୁ ଧୂଳି ଚଟାଇବାରେ ସେ ମାହିର୍‌। ତେଣୁ ତାଙ୍କୁ ଏହ ସିଜିନ୍‌ର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଏ। ତେବେ କୁହାଯାଉଛି ଯେ ପାରସ ଜାଣିସାରିଥିଲେ ଯେ ସିଦ୍ଧାର୍ଥ ହିଁ ୱିନର୍‌ ହେବେ। ତେଣୁ ସେ ହାରିଯାଇ ଖାଲି ହାତରେ ଯିବା ଅପେକ୍ଷା ୧୦ ଲକ୍ଷ ଟଙ୍କା ନେଇ ଶୋ’ ଛାଡିବା ଭଲ ବୋଲି ଭାବି ଏହି ନିଷ୍ପତ୍ତି ନେଇଛନ୍ତି।

ଆଜି ଫିନାଲେରେ ଲଢ଼ିବେ ଟପ୍‌ ୫। ଆଉ ଜଣାପଡ଼ିବ ଯେ ସିଦ୍ଧାର୍ଥ ଶୁକ୍ଳା, ଆସୀମ ରିୟାଜ୍, ରଶ୍ମି ଦେଶାଇ, ଶେହେନାଜ୍ ଗିଲ୍ଲ୍ ଓ ଆରତି ସିଂହ ଏହି ୫ ଜଣ ସଦସ୍ୟଙ୍କ ଭିତରୁ କିଏ ମାରିବ ବାଜି। କିଏ ହେବ ‘ବିଗ୍‌ ବସ୍‌ ୧୩’ର ବିଜେତା।



from Odisha Reporter https://ift.tt/2Hmkj6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages