ଦବିଲା ହରିଦାସପୁର-ପାରାଦୀପ ରେଲୱେ ଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ଦବିଲା ହରିଦାସପୁର-ପାରାଦୀପ ରେଲୱେ ଲାଇନ୍

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କେନାଲ ବ୍ରିଜ୍ ନିକଟ ଗୋସେଇଁ ବନ୍ଧଠାରେ ଦବିଯାଇଛି ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଲୱେ ଲାଇନ୍। ରେଲୱେ ଲାଇନ୍‌ଟି ୨୦୦ ମିଟର ଲମ୍ବରେ ପ୍ରାୟ ୨୦ ଫୁଟ ତଳକୁ ଧସି ଯାଇଛି। ରେଳ ଲାଇନ୍ ଦବିବା ଦ୍ୱାରା ୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର ଉପରକୁ ମାଡ଼ି ଆସିଛି ମାଟି ଅତଡ଼ା। ସେମାନଙ୍କ ଛାତଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି।

ଟ୍ରେନ ଲାଇନ୍‌ର ପ୍ରାୟ ୫୦ ଫୁଟ୍ ଦୂରରେ ଘର ଥିଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହୋଇଛି। ନିମ୍ନମାନର କାମ ଯୋଗୁ ଏଭଳି ମାଟି ଧସିଥିବା ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହାକୁ ନେଇ ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏଥିଲାଗି ଏଭଳି ଅଘଟଣ ଘଟିଥିବା  ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।



from Odisha Reporter https://ift.tt/2ULnqgE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages