ବାହାଘରର ଚର୍ଚ୍ଚା ଭିତରେ ରିଲିଜ୍‌ ହେଲା ନେହା ଓ ଆଦିତ୍ୟଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ବାହାଘରର ଚର୍ଚ୍ଚା ଭିତରେ ରିଲିଜ୍‌ ହେଲା ନେହା ଓ ଆଦିତ୍ୟଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବାହାଘରର ଖବର ଚର୍ଚ୍ଚାରେ ରହିଛି। ଚାରିଆଡ଼େ ଚର୍ଚ୍ଚା ଯେ ଫେବୃଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ୍ସ ଡେରେ ନେହା ଓ ଆଦିତ୍ୟ ପରସ୍ପରକୁ ବିବାହ କରିବେ। ଆଉ ଏ କଥା ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ମଞ୍ଚ ଉପରେ ଖୁଲାସା ହୋଇଛି। ତେବେ ଏହା ସତ କି ଶୋ’ର ଟିଆର୍‌ପି ପାଇଁ ଏସବୁ ହେଇଛି ତାହା ତ ଜଣାପଡ଼ିନାହିଁ। କିନ୍ତୁ ଏଥି ମଧ୍ୟରେ ଏ ଦୁହିଁଙ୍କର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି। ଯାହାର ନାଁ ରହିଛି ‘ଗୋଆ ବିଚ୍‌’।

‘ଗୋଆ ବିଚ୍‌’ ଗୀତଟିକୁ  ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଏହାର ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଦୁହିଁଙ୍କୁ ଏଥିରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ତେବେ ଏମାନଙ୍କ ବ୍ୟତୀତ ଗୀତରେ ଅଭିନେତ୍ରୀ କେଟ୍‌ କ୍ରିଶ୍ଚିୟନ୍‌ ମଧ୍ୟ ଅଛନ୍ତି। ତାଙ୍କୁ ଏଥିରେ ଟୋନି କକ୍କଡ଼ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ଗୀତଟିକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୫୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୂଚନା ଅନୁଯାୟୀ ଏହି ଗୀତଟି ପ୍ରଥମେ ଫେବୃଆରୀ ୧୦ରେ ରିଲିଜ୍‌ ହେବାର ଥିଲା। ହେଲେ କିଛି ସମସ୍ୟା ହେବାରୁ ଏହାକୁ ସେଦିନ ରିଲିଜ୍‌ କରାଯାଇପାରିଲା ନାହିଁ। ହେଲେ ୨୪ ଘଣ୍ଟାପରେ ଅର୍ଥାତ ଗତକାଲି ଏହା ରିଲିଜ୍‌ ହୋଇଗଲା। ରିଲିଜ୍‌ରେ ବିଳମ୍ବ ହେବା କାରଣରୁ ନେହା ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜରିଆରେ କ୍ଷମା ମଧ୍ୟ ମାଗିଥିଲେ। ବର୍ତ୍ତମାନ ନେହା ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ରେ ଜଜ୍‌ ଅଛନ୍ତି ଓ ଆଦିତ୍ୟ ନାରାୟଣ ଏହି ଶୋ’କୁ ହୋଷ୍ଟ କରୁଛନ୍ତି।



from Odisha Reporter https://ift.tt/37oZLVX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages