ନୂଆଦିଲ୍ଲୀ: ଆସନ୍ତା ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ୍। ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ସମାରୋହ ହେବ। ଏହି ଶପଥ ସମାରୋହ ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା, ରାଜନୀତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ସଂଯୋଜକ ଗୋପାଲ ରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି।
ଆମ୍ ଆଦମୀ ପାର୍ଟି କେବଳ ଦିଲ୍ଲୀବାସୀଙ୍କୁ ଏହି ଶପଥ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛି। ଏହାବାଦ ଆମ୍ ଆଦମୀ ପାର୍ଟିର କର୍ମୀ, ନେତା ଅରବିନ୍ଦଙ୍କ ଶପଥ ସମାରୋହରେ ସାମିଲ୍ ହେବେ ବୋଲି ଗୋପାଲ ରାୟ କହିଛନ୍ତି।
ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ୧୧ରେ ଫଳାଫଳ ବାହାରିଛି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଆସନରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆପ୍ ଜିତିଥିବା ବେଳେ ବିଜେପି ମାତ୍ର ୮ଟି ଆସନରେ ଜିତିଛି। କଂଗ୍ରେସ ୨୦୧୫ ପରି ଚଳିତଥର ମଧ୍ୟ କୌଣସି ଆସନରେ ବିଜୟୀ ହୋଇନପାରି ଅସ୍ଥିତ୍ୱ ହରାଇଛି।
from Odisha Reporter https://ift.tt/38oQ5Mw
No comments:
Post a Comment