ମହାରାଷ୍ଟ୍ରରେ ଲାଗୁହେବନି ଏନଆରସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ମହାରାଷ୍ଟ୍ରରେ ଲାଗୁହେବନି ଏନଆରସି

ମୁମ୍ୱାଇ: ମୋଦି ସରକାରଙ୍କ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ୍ (ଏନଆରସି) ମହାରାଷ୍ଟ୍ରରେ ଲାଗୁ ହେବନି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ଶିବସେନାର ମୁଖପାତ୍ର ସାମ୍ନାରେ ନିଜର ଏକ ସାକ୍ଷାତକାର ଦେବା ବେଳେ ଏନଆରସିକୁ ନେଇ ଏଭଳି ମତ ରଖିଛନ୍ତି ଉଦ୍ଧବ ଠାକରେ।

‘ନାଗରିକତା ସଂଶୋଧନ ଆଇନ (ସିଏଏ) ଦେଶର କୌଣସି ନାଗରିକଙ୍କ ନାଗରିକତ୍ୱ ନେବନି, ଏହା ନାଗରିକତ୍ୱ ଦେବ। ଯଦି ଏନଆରସି ଲାଗୁ ହେବ ତା’ହେଲେ ହିନ୍ଦୁ ଏବଂ ମୁସଲମାନ ଦୁଇ ପକ୍ଷ ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର ବ୍ୟାପାର ହେବ। ଏଭଳି ସ୍ଥିତି କରିବାକୁ ମୁଁ ଦେବିନି’ ବୋଲି ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି।

ଏହା ପୂର୍ବରୁ ଲୋକସଭାରେ ଶିବସେନା ସିଏଏକୁ ସମର୍ଥନ କରିଥିଲା। ହେଲେ ରାଜ୍ୟସଭାକୁ ଯେତେବେଳେ ସିଏଏ ଆସିଥିଲା ସେତେବେଳେ ସିଏଏକୁ ନେଇ ଭୋଟିଂ ବେଳେ କକ୍ଷତ୍ୟାଗ କରିଥିଲା ଶିବସେନା।

ସୂଚନାଯୋଗ୍ୟ, ଏନଆରସିକୁ ଲାଗୁକରିବେନି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ କହିସାରିଛନ୍ତି। ସେହିପରି କଂଗ୍ରେସ ମୋଦି ସରକାରଙ୍କ ପ୍ରସ୍ତାବିତ ଏନଆରସିକୁ ବିରୋଧ କରୁଥିବାରୁ କଂଗ୍ରେସ ଶାସିତ ରାଜ୍ୟରେ ଏନଆରସି ଲାଗୁ କରାଇ ଦେବନି ବୋଲି ସୂଚନା ରହିଛି।



from Odisha Reporter https://ift.tt/37PNY4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages