ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି ମିନାଯୋଡ଼ି ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି ମିନାଯୋଡ଼ି ଗାଁ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଗାଜଲବାଡ଼ି ପଞ୍ଚାୟତରେ ରହିଛି ମିନାଯୋଡ଼ି ଗାଁ। ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି।  ହେଲେ ଆଜି ଯାଏ ଏହି ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

ଗାଁରେ ପିଇବା ପାଣିର ସୁବିଧା ନାହିଁ। ଗାଁରେ ଦୁଇଟି ନଳକୂପ ଅଛି। କିନ୍ତୁ ତିନି ବର୍ଷ ହେଲା ସେଗୁଡ଼ିକ ଅଚଳ ହୋଇଯାଇଛି। ତେଣୁ ଗାଁ ଲୋକେ ନାଳ ପାଣି ବ୍ୟବହାର କରୁଛନ୍ତି। ତେବେ ଖରାଦିନ ଆସିଲେ ନାଳ ପାଣି ଶୁଖିଯାଉ ଥିବାରୁ ଚୁଆ ଖୋଳି ଗାଁର ମହିଳାମାନେ ପାଣି ସଂଗ୍ରହ କରିଥା’ନ୍ତି। ସେହିପରି ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ମାଟି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବା ଯୋଗୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ତେଣୁ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଅନ୍ତି ଲୋକେ।

ଭ୍ରାମ୍ୟମାଣ ରୋଗୀ ସେବା ଗାଡ଼ି ଗାଁକୁ ଆସୁନାହିଁ। ଗାଁରେ ବିଜୁଳି ଖୁଣ୍ଟି ଲାଗିଛି। ଘରେ ଘରେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ କରାଯାଇଛି। ହେଲେ ଲାଇନ୍ ଦିନେ ରହିଲେ ମାସେ ରହୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ହେବାରୁ ବର୍ଷେ ହେବ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୫ କିମି ଦୂର ନେପାପେଡ଼ି ଗାଁକୁ  ସ୍ଥାନାନ୍ତରିତ କରାଯାଇଛି। ଫଳରେ ଗାଁର ପିଲାମାନେ ଏବେ ପାଠ ମଧ୍ୟ ପଢ଼ି ପାରୁ ନାହାନ୍ତି। ଗାଁର କେବଳ ତିନି ଚାରି ଜଣ ପିଲା ପାଠ ପଢ଼ୁଛନ୍ତି। ଗାଁର ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନ ନିକରରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଲୋକେ କହିଛନ୍ତି।

ଗାଁର ସମୀର ମଲ୍ଲିକ କହିଛନ୍ତି, “ଖରା ହେଉକି ଶୀତ, ଗାଁରେ ସବୁବେଳେ ପାଣି ସମସ୍ୟା ଲାଗି ରହିଛି। ନାଳ ପାଣି ପିଇଲେ ରୋଗବାଗ ହେଉଛି। କିନ୍ତୁ ଆଉ କିଛି ଉପାୟ ବି ନାହିଁ। ଏମିତିକି ପିଲାମାନେ ପାଠପଢ଼ି ପାରୁ ନାହାନ୍ତି। ଗାଁରେ ଥିବା ସ୍କୁଲ ଅନ୍ୟତ୍ର ସ୍ଥାନକୁ ଉଠି ଯିବାରୁ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି।”

ସେହିପରି ଗାଁର ରଶ୍ମିତା ମଲ୍ଲିକ କହିଛନ୍ତି, “ଭୋଟ୍ ଦେଲେ ଗାଁରେ ଥିବା ସମସ୍ୟାର ସମାଧାନ କରାଯିବ ବୋଲି ରାଜନେତାମାନେ କହୁଛନ୍ତି। ହେଲେ ଭୋଟ୍ ଦେଲା ପରେ କେହି ପଚାରୁ ନାହାନ୍ତି। ଗାଁକୁ କେହି ସରକାରୀ କର୍ମଚାରୀ ଆସୁ ନାହାନ୍ତି। ବଣ ଜଙ୍ଗଲକୁ କିଏ ଯିବ ବୋଲି କହୁଛନ୍ତି। ଆମେ ସରକାରଙ୍କ ପାଖରେ ଦାବି କରୁଛୁ ଯେ ଆମ ଗାଁରୁ ଉଠି ଯାଇଥିବା ସ୍କୁଲ ପୁଣି ଥରେ ଚାଲୁ କରାଯାଉ। ତା’ସହିତ ପିଇବା ପାଣିର ସୁବିଧା କରାଯାଉ। ବିଦ୍ୟୁତ୍‌ର ସୁବିଧା ଯେପରି ସବୁବେଳେ ପାଇପାରିବୁ ସେଥିପ୍ରତି ଦୃଷ୍ଟି ଦିଆଯାଉ। ତା’ସହିତ ରାସ୍ତା ଓ ଅଙ୍ଗନବାଡ଼ି କେନ୍ଦ୍ର ବି ନିର୍ମାଣ କରାଯାଉ।”

ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ପ୍ରତି ଗ୍ରାମ ପଞ୍ଚାୟତରେ ମଡେଲ ପାର୍କ, ମଡେଲ ପୋଖରୀ, ଖେଳ ପଡିଆ, ପାଠାଗାର ନିର୍ମାଣ ପାଇଁ ଜେଇ, ଜିଆରଏସ, ଜିପିଟିଏସ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସବୁ କାମ ତ୍ୱରାନ୍ୱିତ କରାଯିବ। ତା’ସହିତ ଉପାନ୍ତ ଅଞ୍ଚଳରେ ଯେଉଁଠି ଯାହା ସମସ୍ୟା ରହୁଛି, ତା ଉପରେ ମଧ୍ୟ ନିଶ୍ଚୟ ପଦକ୍ଷେପ ନିଆଯିବ।”



from Odisha Reporter https://ift.tt/31Ukb80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages