ବେଙ୍ଗାଲୁରୁ: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ ମାନ୍ୟୁଫାକଚରିଂ ସେକ୍ଟରର ଉତ୍ପାଦନ ଅଧିକ ବଢ଼ିଛି। ଜାନୁଆରୀରେ ଏହି ସେକ୍ଟରର ଡିମାଣ୍ଡ ଦୀର୍ଘ ୮ ବର୍ଷ ପରେ ଶୀର୍ଷରେ ରହିଛି। ମାସିକିଆ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ଚାହିଦା ବଢ଼ିବା ପରେ ଉତ୍ପାଦନ ବଢ଼ିବା ସହିତ ନିଯୁକ୍ତି ପ୍ରକ୍ରିୟା ବୃଦ୍ଧି ପାଇଛି।
ଯଦି ଏଭଳି ସ୍ଥିତି ଲାଗି ରହିବ ତାହେଲେ ଦେଶରେ ଜାରି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଚେମ୍ୱରରେ ଅଭିବୃଦ୍ଧି ହାର ବିଗତ ୬ ବର୍ଷ ତୁଳନାରେ ସର୍ବନିମ୍ନ ଥିଲା। ଚାହିଦା ବଢ଼ିବା ପରେ ଜାନୁଆରୀରେ ବ୍ୟବସାୟ, ଉତ୍ପାଦନ, ନିଯୁକ୍ତି ଏବଂ ରୋଜଗାର ପୂର୍ବ ତୁଳନାରେ ଅଧିକ ହୋଇଛି। ଏହାବାଦ ଇନପୁଟ ଏବଂ ଆଉଟପୁଟ ଖର୍ଚ୍ଚ ମଧ୍ୟ ପୂର୍ବ ତୁଳନାରେ ବଢ଼ିଛି। ଘରୋଇ ସର୍ଭେ ସଂସ୍ଥା ଆଇଏଚଏସ ମାର୍କେଟ ଇଣ୍ଡିଆ ମାନ୍ୟୁଫାକଚରିଂ ପିଏମଆଇ ଡିସେମ୍ୱରରେ ୫୨.୭ ରହିଥିବା ବେଳେ ଜାନୁଆରୀରେ ଏହା ବଢ଼ି ୫୫.୩ ପହଞ୍ଚିଛି। ୮ ବର୍ଷରେ ଏହା ସର୍ବାଧିକ।
ଆଇଏଚଏସ ମାର୍କେଟର ମୁଖ୍ୟ ଅର୍ଥନୀତିଜ୍ଞ ପୋଲିୟେନା ଡି ଲିମା କହିଛନ୍ତି, ଜାନୁଆରୀରେ ଭାରତରେ ମାନ୍ୟୁଫାକଚରିଂ ଶିଳ୍ପର ଅଭିବୃଦ୍ଧି ବଢ଼ିଛି। ଗତ ୮ ମାସରେ ମଧ୍ୟ ଉତ୍ପାଦନ ବଢ଼ିଛି।
ସୂଚନାଯୋଗ୍ୟ, ପିଏମଆଇର ଅର୍ଥ ହେଉଛି, ପରଚେଜିଙ୍ଗ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମଆଇ)। ମାନ୍ୟୁଫାକଚରିଂ ଶିଳ୍ପର ଆର୍ଥିକ ସ୍ଥିତି ଜାଣିବା ପାଇଁ ପିଏମଆଇ ଏକ ମାପଦଣ୍ଡ। ଏହି ପିଏମଆଇ ଜରିଆରେ କୌଣସି ଦେଶର ଆର୍ଥିକ ସ୍ଥିତି ଆକଳନ କରିହେବ। ମାନ୍ୟୁଫାକଚିରିଂ ବ୍ୟତୀତ ସର୍ଭିସ ସେକ୍ଟରରେ ମଧ୍ୟ ପିଏମଆଇ ବ୍ୟବହାର ହୁଏ।
from Odisha Reporter https://ift.tt/2GQq5NM
No comments:
Post a Comment